ବିକାଶ କାର୍ଯ୍ୟକୁ ବିରୋଧ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ : ବିଧାୟକ ଓମ୍ ପ୍ରକାଶ ମିଶ୍ର
କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ): କଣାସ ବ୍ଲକ୍ ଦଶହରା ପଡିଆ ରେ ବିକାଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ କରି ସତ୍ୟବାଦୀ ଯୁବ ବିଧାୟକ ଓମ୍ ପ୍ରକାଶ ମିଶ୍ର କହିଲେ କଣାସ ବ୍ଲକ୍ ର ପ୍ରତିଟି ଗରିବ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। କେହି ହେଲେ ବାଦ୍ ପଡ଼ିବେ ନାହିଁ। ପାତର ଅନ୍ତର ନୀତି ଅବଲମ୍ବନ କରାଯିବ ନାହିଁ ବୋଲି କହିଥିଲେ।ସେ ଯେଉଁ ଦଳର ହେଉ ପ୍ରଧାନମନ୍ତ୍ରୀ ଆବାସ ପାଇବା ପାଇଁ ହକଦାର ଥିଲେ ନିଶ୍ଚିତ ପାଇବ। ମାଚ ୩୧ ସମୟ ସୀମା ମଧ୍ୟରେ ଏହାକୁ ସାରିବାକୁ ପଡ଼ିବ। ତେଣୁ ଵିଡିଓ ଓ ସିଡିପିଓ ଏହି ଦୁଇ ଅଧିକାରୀ ମାନେ ବ୍ଲକ ରେ ଥିବା ୧୭୧ଜଣ ସିଆରପି ଓ ୧୮ ଜଣ ଏମବିକେ ମାନଙ୍କୁ ୨ଦିନିଆ ପ୍ରଶିକ୍ଷଣ ଦେଵା ପାଇଁ ପରାମର୍ଶ ଦେଇଥିଲେ। ଫଳରେ ବ୍ଲକ ରେ ଥିବା ଅଧିକାରୀ ଙ୍କ ଦାୟିତ୍ଵ ହାଲକା ହୋଇ ଯିବ।ସତ୍ୟବାଦୀ ବିଧାନ ସଭାକୁ ୩୦କୋଟି ଅନୁଦାନ ଆସିଥିବା ବେଳ କଣାସ ବ୍ଲକ୍ ର ଭାଗ ୧୫କୋଟି ରହିଛି। ଏହି ଅନୁଦାନ ପାଣ୍ଠିରୁ ମୈଳିକ ଭିର୍ତିଭୂମି ର ବିକାଶ ସହିତ କଂକ୍ରିଟ ରୋଡ,ପାର୍କ, ବିଦ୍ୟାଳୟ ର ବିକାଶ, କ୍ରିଡା ର ବିକାଶ,ନୁତନ ବହୁମୁଖି ଜନମଙ୍ଗଳ କାରୀ କାର୍ଯ୍ୟ କରାଯିଵାର କାର୍ଯ୍ୟ କ୍ରମ ରହିଥିଵା ବିଧାୟକ ଓମ୍ ପ୍ରକାଶ ମିଶ୍ର କହିଥିଲେ। ପ୍ରକୃତରେ ଗରିବ ଲୋକଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାଟି ପାଉଥିବା ବେଳେ ତାକୁ ଯେଉଁ ମାନେ ମନ୍ଦ ଉଦ୍ଦେଶ୍ୟ ରଖି ଅଭିଯୋଗ କରିବ ସେହି ଅଭିଯୋଗକରି ଙ୍କ ଉପରେ କଡ଼ା ନଜର ରଖିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଧାୟକ କହିଥିଲେ। ଏଥିସହିତ ବିକାଶ କାର୍ଯ୍ୟରେ ଯେଉଁ ମାନେ ବାଧା ସୃଷ୍ଟି କରୁଛନ୍ତି ସେମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିଛନ୍ତି ବୋଲି କହିଥିଲେ। ମୋର ସମସ୍ତ ଙ୍କ ପାଇଁ ଉତ୍ତର ଦାୟିତ୍ଵ ରହିଛି। ଆପଣ ମାନେ ମୋତେ ଦାୟିତ୍ଵ ଦେଇଛନ୍ତି।ମୁଁ ଆପଣଙ୍କ ନିକଟରେ ଚିର ଋଣି।ପୂର୍ବରୁ ବ୍ଲକ୍ କୁ ଅନୁଦାନ ଆସି କାମ ନ ହୋଇ ଫେରିଯାଇଛି । ଏଥିପାଇଁ ସାଧାରଣ ଲୋକ ମାନଙ୍କ କ୍ଷତି ହୋଇଛି। ଏଭଳି କାର୍ଯ୍ୟ କୁ ଵରଦାସ୍ତ କରାଯିବ ନାହିଁ ବୋଲି ବିଧାୟକ କହିଥିଲେ। ଏହି ସଭା ରେ କଣାସ ବିଡ଼ିଓ ନାରାୟଣ ସାହୁ, ତହସିଲଦାର ହିମାଂଶୁ ଶେଖର ଗିରି,ଏଵିଡିଓ ମଙ୍ଗଳ ସିଂ ହେମ୍ବ୍ରମ୍,ସିଡିପିଓ ସ୍ମିତା ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ