ବିଜାତଳା ଲ୍ୟାମ୍ପ୍ସରେ ଧାନମଣ୍ଡି ଶୁଭ ଉଦ୍ଘାଟିତ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ବିଜାତଳା ଲ୍ୟାମ୍ପ୍ସରେ ଧାନମଣ୍ଡି ଆଜି ଶୁଭଉଦଘାଟିତ ହୋଇଯାଇଛି | ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଣୀ ମୁର୍ମୁ ମୂଖ୍ୟଅତିଥି ଭାବେ ଯୋଗ ଦେଇ ଫିତା କାଟି ମଣ୍ଡି ଉଦଘାଟନ କରିଥିଲେ | ସମ୍ମାନୀୟ ଅତିଥିଭାବେ ବିଡ଼ିଓ ବଂଶୀଧର ଖୋସଲା , ମଣ୍ଡି ସୁପରଭାଇଜିଂ ଅଫିସର ତଥା ବିଜାତଳା ତହସିଲଦାର ଅଶ୍ୱନୀ କୁମାର ଭୂୟାଁ , ସମବାୟ ନିରୀକ୍ଷକ ପ୍ରବୀର କୁମାର ଟୁଡୁ, ଲ୍ୟାମ୍ପ୍ସ ସଭାପତି ରାମଚନ୍ଦ୍ର ବେଶ୍ରା ପ୍ରମୁଖ ଯୋଗଦେଇ ମଣ୍ଡି ଉଦଘାଟନରେ ସହଯୋଗ କରିଥିଲେ | ନୋଡାଲ ଅଧିକାରୀ ଭାବେ ସୌମ୍ୟରଞ୍ଜନ ମହାନ୍ତି ଥିବାବେଳେ ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀ ଉପସ୍ଥିତ ଥିଲେ | ପ୍ରତି ସପ୍ତାହର ମଙ୍ଗଳବାର ଓ ଶୁକ୍ରବାର ଦିନ ମଣ୍ଡିରେ ଧାନ କିଣାଯିବ ବୋଲି ଲ୍ୟାମ୍ପ୍ସ ପକ୍ଷରୁ ସୂଚନା ଦିଆଯାଇଛି | କାର୍ଯ୍ୟକ୍ରମକୁ ଲ୍ୟାମ୍ପ୍ସ କର୍ମଚାରୀ ଭାଗିରଥି ମୁର୍ମୁ ଏବଂ ସଞ୍ଜୟ କୁମାର ବେହେରା ପରିଚାଳନା କରିଥିବାବେଳେ କ୍ଷୀରୋଦ କୁମାର ଧଳ , ନିରୋଜ କୁମାର ଗିରି, ରାମଜିତ ବେଶ୍ରା, ଶଙ୍କର ମୁର୍ମୁ ପ୍ରମୁଖ ସହଯୋଗ କରିଥିଲେ | କାର୍ଯ୍ୟକ୍ରମରେ ଯୋଗାଣ ଅଧିକାରୀଙ୍କ ସମେତ ଲ୍ୟାମ୍ପ୍ସ ନିର୍ଦ୍ଦେଶକ ପାରାଉ ମାଝୀ, ବୁଢ଼ାନ ଟୁଡୁ, ଗୋପାଳ ନନ୍ଦ ଉପସ୍ଥିତ ଥିଲେ | ଚଳିତ ଥର ଏଫଏକ୍ୟୁ ଧାନର ସହାୟକ ମୂଲ୍ୟ ୨୩ ଶହ ରହିଥିବାବେଳେ ସରକାରଙ୍କ ବୋନସ ଟଙ୍କା ୮୦୦ କୁ ମିଶାଇ କୁଇଣ୍ଟାଲ ପ୍ରତି ୩୧ ଶହ ଟଙ୍କା ଚାଷୀଙ୍କୁ ମିଳିବ ବୋଲି ସୂଚନା ରହିଛି | ତେବେ ଧାନକୁ ଭଲ ଭାବେ ଶୁଖାଇ ଓ ପରିଷ୍କାର କରି ମଣ୍ଡିକୁ ଆଣିବାକୁ ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ଅନିରୁଦ୍ଧ ନନ୍ଦ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି |