ବିଜୁ ଜନତା ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ପବିତ୍ର ଗୋପବନ୍ଧୁ ଜୟନ୍ତୀରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ରାଜ୍ୟସ୍ତରରେ ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମର ମାନ୍ୟବର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିବାବେଳେ ଜିଲ୍ଲାସ୍ତରରେ ବାଲେଶ୍ଵର ସିଦ୍ଧି କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଜଳେଶ୍ବର ବିଧାୟକ ଅଶ୍ୱିନୀ ପାତ୍ର, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ,ସୋର ବିଧାୟକ ମାଧବ ଧଡା,ପୂର୍ବତନ ନୀଳଗିରି ବିଧାୟକ ସୁକାନ୍ତ ନାୟକ,ପୂର୍ବତନ ସଦର ବିଧାୟକ ସ୍ବରୂପ ଦାସ,ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରିଶ ଚନ୍ଦ୍ର ଦାସ,ନିବେଦିତା ମହାନ୍ତି,ସାଂସଦ ପାର୍ଥିନୀ ଡ ଲେଖାଶ୍ରୀ ସାମନ୍ତସିହାଂର,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ରଂଜନ ବାଗ,ରାଜ୍ୟ ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ,ଜିଲ୍ଲା ଯୁବ ସଭାପତି ତାପସ ପରିଡା,ଜିଲ୍ଲା ମିହିଳା ସଭାପତି ବିନ୍ଦୁବାଳା ନନ୍ଦୀ,ବାଲେଶ୍ବର ମୁନିସିପାଲିଟି ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀଙ୍କ ସମେତ ଜିଲ୍ଲାର ବହୁ ବିଜେଡି ଜିଲ୍ଲା ପରିଷଦ ସଭ୍ୟ,ସରପଞ୍ଚ,ସମିତିସଭ୍ୟ,କାଉନସିଲର,ଲୋକ ପ୍ରତିନିଧି ଏବଂ ଦଳର ବହୁ କର୍ମକର୍ତ୍ତା ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ବିଜେଡି ସମ୍ପାଦକ ତଥା ପୂର୍ବତନ ଉପ ନଗରପାଳ ମନୋଜ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।ଆଜି ଏହି ଅବସରରେ ପୂର୍ବତନ ବିଧାୟକ ସ୍ବରୂପ ଦାସଙ୍କ ନେତୃତ୍ୱରେ ସଦର ନିର୍ବାଚନ ମଣ୍ଡଳୀରୁ ୧୦୦୦ରୁ ଅଧିକ ନୂତନ ସଦସ୍ୟ ବିଜୁ ଜନତା ଦଳର ସଦସ୍ୟତା ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ