ବିଜେଡିର ଜନ ସମ୍ପର୍କ ପଦଯାତ୍ରା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ୬୯ନଂ ଜିଲ୍ଲା ପରିଷଦ ଜୋନରେ ରବିବାର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଦୁର୍ବନ୍ଧ ଗ୍ରାମରେ ଅଧିଷ୍ଠିତ ଆରାଧ୍ୟ ଦେବୀ ମା ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରୁ ଶୁଭାରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ବିଭିନ୍ନ ଗ୍ରାମ ପରିକ୍ରମା କରି ଦୟାପଲ୍ଲୀ ଗ୍ରାମ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିକୃତିରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜନ ସମ୍ପର୍କ ପଦଯାତ୍ରା ସମୟରେ ନବୀନ ପଟ୍ଟନାୟକ ଶାସନ କାଳରେ ରାଜ୍ୟରେ ବିକାଶ ପ୍ରକ୍ରିୟା ଶିଖରରେ ପହଞ୍ଚି ଥିବା ବେଳେ ବର୍ତ୍ତମାନ ଶାସନ କରୁଥିବା ବିଜେପି ସରକାର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବା ଜନ ସାଧାରଣକୁ ଅବଗତ କରାଇଥିଲେ। ମିଥ୍ୟା ପ୍ରତିଶୃତି ଦେଇ ଶାସନ ଗାଦିରେ ବସିଥିବା ବିଜେପି ସରକାର ସାଧାରଣ ଲୋକଙ୍କ ସ୍ୱାର୍ଥ ପୂରଣ କରିବାରେ ଅବହେଳା ପ୍ରଦର୍ଶନ କରୁଥିବା ବିଷୟରେ ଲୋକଙ୍କୁ ଜଣାଇ ଥିଲେ। ଏହି ପଦଯାତ୍ରାରେ ହିଞ୍ଜିଳିକାଟୁ ପୌର ଓ ବ୍ଲକର ବିଜେଡ଼ି ନେତା ଓ କର୍ମୀଙ୍କ ସମେତ ବହୁ ଜନ ସାଧାରଣ ଯୋଗ ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ସରସ୍ବତୀ ସେଠି, ପୈାରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ଜିଲ୍ଲା ପରିଷଦ ସଭ୍ୟା ପ୍ରିତି ସାହୁ, ବି. ଗିତାଞ୍ଜଳି, ନଗର ବିଜେଡି ସଭାପତି ହୃଦୟାନନ୍ଦ ମହାପାତ୍ର, ବିଧାୟକଙ୍କ ପୈାରାଞ୍ଚ ପ୍ରତିନିଧି ପ୍ୟାରୀମୋହନ ପାଢି, ନିଳମଣି ପଟ୍ଟନାୟକ, ରାମହରି ଶର୍ମା , ସଞ୍ଜୟ କୁମାର ସ୍ଵାଇଁଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।