ବିଜେପି ନେତା ଆଲୋକ ସେଠୀଙ୍କ ପିତୃ ବିୟୋଗ
ହାଟଡିହି, (ବିକାଶ ବିଶ୍ୱାଳ):ଆନନ୍ଦପୁରର ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ଆଲୋକ ସେଠୀଙ୍କ ପିତା ମାର୍କଣ୍ଡ ସେଠୀଙ୍କ ୬୬ବର୍ଷ ବୟସରେ ପରଲୋକ ଘଟିଛି। ସେ ଗତ କିଛିଦିନ ହେଲା ଅସୁସ୍ଥ ହୋଇ ଭୂବନେଶ୍ୱରର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ସେ ପୂର୍ବରୁ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ। ସେଜଣେ ପରୋପକାରୀ, ମିଷ୍ଠଭାଷୀ ବ୍ୟକ୍ତି ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିବା ସହିତ ଟେଲିଫୋନ ଯୋଗେ ପରିବାର ବର୍ଗକୁ ସମବେଦନା ଜଣାଇଥିଲେ। ସେହିପରି କେନ୍ଦୁଝର ସାଂସଦ ଅନନ୍ତ ନାୟକ, ରାଜ୍ୟ ପ୍ରଭାରୀ ବିରଞ୍ଚି ମିଶ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ମରଶରୀର ହାଟଡିହି ବାସଭବନରେ ପହଞ୍ଚିବା ପରେ ପୂର୍ବତନ ବିଧାୟକ ଭାଗିରଥି ସେଠୀ, ଜିଲୁା ବିଜେପି ସଭାପତି ସବୁଜ ମହାନ୍ତ ବର୍ମା, ଘସିପୁରା ବିଧାୟକ ପ୍ରାର୍ଥି ଡ଼. ଶମ୍ବୁନାଥ ରାଉତ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଟୁକୁନା ମହାନ୍ତ, ଜିଲା ପରିଷଦ ଅସୀମା ମିଶ୍ର, ସରପଞ୍ଚ ଚିନ୍ମୟ ନାୟକ, ପ୍ରଶାନ୍ତ ରାଉତ, ଅନ୍ତର୍ଯ୍ୟାମୀ ଖଣ୍ଡେଇ, ଚ଼ତୁର୍ଭୁଜ ସ୍ୱାଇଁ, ନିକୁଞ୍ଜ ଓଝା, ସୁଶାନ୍ତ ଜେନା, ରୁଦ୍ର ପ୍ରସାଦ ଜେନା, ମୀନତୀ ଧଳ ମହାପାତ୍ର, ଦିପ୍ତୀମୟୀ ଖୁଣ୍ଟିଆ, ତୃପ୍ତିମୟୀ ଜେନା, ସୁମତୀ ଜେନା, ହରମୋହନ ଶାସିନି, ଶଶିକାନ୍ତ ରାଉତ , ବଳଭଦ୍ର ବାରିକ, ଅଭିମନ୍ୟୁ ପରିଡା, ଅଶୋକ ଜେନା, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମର ଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ଗାଁସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା।