ବିଦ୍ୟାଳୟ ପରିସରରୁ ବିଷାକ୍ତ ସର୍ପ ଉଦ୍ଧାର,ସାପ ପାଇଁ ୩ ଘଣ୍ଟା ପାଠ ପଢା ଠପ୍

ରାଇରଙ୍ଗପୁର, (ଅକ୍ଷୟ ଵିଶ୍ଵାଳ):ରାଇରଙ୍ଗପୁର ସନ୍ନିକଟ ବଡବାଇକଳା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଷାକ୍ତ ସାପ ବନ ବିଭାଗ ଦ୍ଵାରା ତାଲିମପ୍ରାପ୍ତ ସାପଧରାଳୀ ଓ କର୍ମଚାରୀଙ୍କ ଦ୍ଵାରା ଉଦ୍ଧାର । ସୂଚନାଯୋଗ୍ୟ କିଛି ଦିନ ହେଲା ବଡଵାଇକଳା ଉଚ୍ଚ ବିଦ୍ୟାଳୟ ପରିସରରେ ୩ ଟି ବିଷାକ୍ତ ସାପ ବୁଲୁଥିବାର ଛାତ୍ରଛାତ୍ରୀ ମାନେ ଦେଖିବାକୁ ପାଇଥିଲେ ।ଆଜି ବିଦ୍ୟାଳୟକୁ ଆସୁଥିବା ସମୟରେ ସ୍କୁଲର କିଛି ଛାତ୍ରଛାତ୍ରୀ ସାପଟିକୁ ଦେଖିବାକୁ ପାଇ ଭୟଭୀତ ହୋଇ ଶିକ୍ଷକଙ୍କୁ ଜଣାଇଥିଲେ । ଶିକ୍ଷକମାନେ ବନ ବିଭାଗକୁ ଜଣାଇଥିଲେ । ରାଇରଙ୍ଗପୁର ବନବିଭାଗ ସାପ ଧରାଳୀ ଅନୁଭବ ପଟ୍ଟନାୟକ ଏବଂ କିଛି ବନ କର୍ମଚାରୀଙ୍କୁ ପଠାଇଥିଲେ । ସେମାନେ ସ୍କୁଲ ପରିସରରେ ଥିବା ଏକ ଗାତରୁ ଗୋଟିଏ ସାପ ଧରି ‌ସ୍ଥାନୀୟ ଦୁବୁଲାବେଡା ଜଙ୍ଗଲରେ ଛାଡି ଦେଇଛନ୍ତି ।ବିଦ୍ୟାଳୟ ଭିତରେ ୨୦୦ ବିଶିଷ୍ଟ ଏକ ଆବାସିକ ହଷ୍ଟେଲ ଅଛି ।ଆଜି ସାପକୁ ଦେଖି ଭୟଭୀତ ହୋଇଥିଲେ ପିଲାମାନେ । ବିଦ୍ୟାଳୟରେ ୩ ଘଣ୍ଟା ଧରି ପାଠପଢ଼ା ଠପ୍ ହୋଇଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ