ବିଦ୍ୟାଳୟ ଭିତ୍ତିକ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ: ୭୦ ପ୍ରକଳ୍ପ ପ୍ରଦର୍ଶିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଳାଶଗଡିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ବିଦ୍ୟାଳୟ ଭିତ୍ତିକ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ ସମିତିର ସଭ୍ୟା ତଥା ବିଶିଷ୍ଟ ଶିକ୍ଷାବିତ୍ ସୁମତୀ ସାହୁ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ରାଧାନାଥ ମିଶ୍ର, ବିଦ୍ୟାଳୟର ରସାୟନ ବିଭାଗ ଅଧ୍ୟାପକ ଦେବାଶିଷ ମହାପାତ୍ର ଯୋଗଦେଇ ବିଜ୍ଞାନର ଉନ୍ନତି ହେଲେ ଦେଶ ଓ ଜାତିର ଉନ୍ନତି ସମ୍ଭବ ବୋଲି କହିଥିଲେ । ଶିକ୍ଷକ ରତିକାନ୍ତ ପଣ୍ଡା ସଭା କାର୍ଯ୍ୟ ପରିଚାଳନା ଓ ଶିକ୍ଷକ ଅଶୋକ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୭୦ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀ ମାନଙ୍କୁ ଆଗାମୀ ଦିନରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ଭାଗ ନେବା ପାଇଁ ମନୋନୀତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ