ବିଦ୍ୟାଳୟ ମାନଙ୍କରେ ଗଣେଶ ପୂଜା ଅନୁଷ୍ଠିତ
ନିମାପଡା,(ସନ୍ତୋଷ ଦାଶ):ଶନିବାର ଦିନ ପବିତ୍ର ଗଣେଶ ଚତୁର୍ଥୀ ତିଥି। ପାରମ୍ପରିକ ପ୍ରଥାନୁସାରେ ସମସ୍ତ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କ ରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କର ପୂଜା ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ଯୋଗେଶ୍ଵରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବଡ଼ ଧୁମ୍ ଧାମରେ ବିଘ୍ନ ବିନାସନ ଶ୍ରୀ ଗଣେଶଙ୍କର ପୂଜା ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ଭୀମସେନ ରାୟଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା। ବିଦ୍ୟାଳୟର ସମସ୍ତ ଶିଶୁ, ଅଭିଭାବକ, ଶୁଭେଛୁ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଉକ୍ତ ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ମାନସ କୁମାର ସାହୁ,ଯୁଗ୍ମ ସମ୍ପାଦିକା ବିଷ୍ଣୁପ୍ରିୟା ନାୟକ,ଉପ ସଭାପତି କୃଷ୍ଣ ଚନ୍ଦ୍ର ବାରିକ,ସମାଜସେବୀ ପ୍ରାଣବନ୍ଧୁ ଦଳାଇ, ସମାଜସେବୀ ପ୍ରମୋଦ କୁମାର ଦାଶ ପ୍ରମୁଖ ଯୋଗ ଦେଇ ଉତ୍ସାହିତ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।