ବିଦ୍ୟାଳୟ ସମୂହ କବାଡି ଓ ଯୋଗାସନ ପ୍ରତିଯୋଗିତା ଉଦଯାପିତ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଞ୍ଜାମ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ତରଫରୁ ଆୟୋଜିତ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କବାଡି ଓ ଯୋଗାସନ ପ୍ରତିଯୋଗିତା ପାଟପୁର ମିନି ଷ୍ଟାଡିୟମ୍ ଠାରେ ତୃତୀୟ ଦିବସ ମହାସମାରୋହ ରେ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ୨୨ ଗୋଟି ବ୍ଲକ ର ୧୦୧୨ ଜଣ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ କ୍ରୀଡା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ।ଏଥିରେ ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଲିଙ୍ଗରାଜ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ,ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଚିତ୍ତରଞ୍ଜନ ପାଣ୍ଡେ , ସମ୍ମାନୀତ ଅତିଥି ଭାବେ ପାଟପୁର ମହାବିଦ୍ୟାଳୟର ପରି ଚାଳନା କମିଟି ସଭାପତି ଶ୍ରୀ ପ୍ରଦୀପ କୁମାର ବ୍ରହ୍ମା , ଅଧ୍ୟାପକ ଡ.କୈଳାସ ଚନ୍ଦ୍ର ସ୍ୱାଇଁ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ଭାଗିରଥି ସ୍ୱାଇଁ। ଖଲିକୋଟ ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନର ବରିଷ୍ଠ ପ୍ରଶିକ୍ଷିକା ଶ୍ରୀମତୀ ଜୟନ୍ତୀ ବେହେରା ,ସାନଖେମୁଣ୍ଡି କ୍ରୀଡା ଶିକ୍ଷକଙ୍କ ସମ୍ପାଦକ ଶ୍ରୀ ଅରୁଣ କୁମାର ରାଉତ,ପାଟପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରମିଳା କୁମାରୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।୧୭ ବର୍ଷ କମ ସିନିୟର୍ ବାଳକ ବର୍ଗରେ ସାନଖେମୁଣ୍ଡି ବ୍ଲକ ଚମ୍ପିୟାନ ଟ୍ରଫି ଓ ଦିଗପହଣ୍ଡି ବ୍ଲକ ରନର୍ସ ଟ୍ରଫି ବିଜୟୀ ହୋଇଥିଲେ ।ସେହି ପରି ସିନିୟର୍ ବାଳିକା ବର୍ଗରେ ଆସିକା ବ୍ଲକ ଚମ୍ପିୟାନ ଟ୍ରଫି ଓ ସାନଖେମୁଣ୍ଡି ବ୍ଲକ ରନର୍ସ୍ ଟ୍ରଫି ବିଜୟୀ ହୋଇଥିଲେ। ୧୪ ବର୍ଷ କମ ଜୁନିଅର୍ ବାଳକ ବର୍ଗରେ ଧରାକୋଟ ବ୍ଲକ ଚାମ୍ପିୟାନ୍ ଓ ଶେରଗଡ଼ ରନର୍ସ ଟ୍ରଫି ବିଜୟୀ ହୋଇଥିବା ବେଳେ ୧୪ ବର୍ଷ କମ ବାଳିକା ବର୍ଗରେ ପାତ୍ରପୁର ବ୍ଳକ ଚମ୍ପିୟାନ ଓ ଗଞ୍ଜାମ ବ୍ଲକ ରନର୍ସ ଟ୍ରଫି ଜିତି ଥିଲେ।ସାନଖେମୁଣ୍ଡି ସମସ୍ତ ପି.ଆର.ଆଇ ସଦସ୍ୟ ସଦସ୍ୟା,ପି.ଇ.ଟି,ଶିକ୍ଷକ,ଶିକ୍ଷୟିତ୍ରୀ,ଛାତ୍ର, ଛାତ୍ରୀ କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ