ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମାଇ ହାତୀ ମୃତ୍ୟୁ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ଗଙ୍ଗାପୁର ପଞ୍ଚାୟତ ପ୍ରଥମ ଢେପାଗୁଡ଼ା ଭାଲୁଦଲା ପାହାଡ଼ ନିକଟ ଆଖୁ ବାଡ଼ ନିକଟରେ ଆଜି ଏକ ମାଇ ହାତୀ ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ପାଇ ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳ ପାଟପୁର ଫରେଷ୍ଟ ନରସିଂହଗଡ଼ ନିକଟସ୍ଥ ଢେପାଗୁଡା ଗାଁ ନିକଟ ଜଙ୍ଗଲ ରେ ଏକମାଈ ହାତୀ ର ମୃତ ଦେହ ଠାବ କରାଯାଇଛି l ଖବର ପାଇ ବ୍ରହ୍ମପୁର ଆର୍ ସି ସି ଏଫ୍ ସଞ୍ଜୟ ସିଂ ଡ଼ି ଏଫ ଓ, ଶନି ଖୋକର ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ଏବଂ ପାଟପୁର ଫରେଷ୍ଟର ପ୍ରମୋଦ କୁମାର ନାୟକ ,ପ୍ରାଣୀ ଚିକିତ୍ସକ ବନ ବିଭାଗ ବିଭିନ୍ନ ତଦନ୍ତ କାରୀ କର୍ମଚାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି l ପାଟପୁର ଫରେଷ୍ଟ ଅଧୀନରେ ରହୁଥିବା ଜଙ୍ଗଲ ପାହାଡ଼ ରତ୍ନେଇ, ଏବଂ ପୁଡ଼ାମାରି ରେଞ୍ଜର ଜଙ୍ଗଲ ହରିଣା ପାହାଡ଼ରେ ସାତ ଟି ହାତୀ ବହୁ ଦିନରୁ ରହିଆସୁଥିବା ବେଳେ ସେମାନେ ଜଙ୍ଗଲ ରୁ କୌଣସି ଆହାର ପାଇପାରୁ ନାହାନ୍ତି।ଯାହା ଫଳରେ ନିକଟରେ ଥିବା ଗ୍ରାମ କୁ ଆସି ଧାନ,ଆଖୁ ପନିପରିବା ଫସଲ ଅମଳ ବେଳେ ସେମାନେ ଖାଇଥାନ୍ତି। ଫସଲ ନଷ୍ଟ ଯୋଗୁଁ ଫସଲ ବାଡ଼,ଆଖୁ ବାଡ଼ ରେ ବିଦ୍ୟୁତ ତାର ବିଛାଇଥିବା ଦେଖିବାକୁ ମିଳିଥିଲା । ଫରେଷ୍ଟ ବିଭାଗଗୀୟ ଅଧିକାରୀ ବିବ୍ୟୁତ୍ ବିଭାଗ ଅଧିକାରୀ ଜୀତେନ୍ଦ୍ର କୁମାର ପଣ୍ଡା ମିଳିତ ତଦନ୍ତ ଚଳାଇ ଥିବା ବେଳେ ହାତୀ ର ଶୁଣ୍ଢ ରେ ତାର ଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା। ହାତୀ ମୃତ୍ୟୁ ଏନେଇ ବ୍ରହ୍ମପୁର ଡି ଫ୍ ଓ ଶନି ଖୋକର ଙ୍କୁ ପଚାରିବାରୁ ସେ କହିଲେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି। ବିଦ୍ୟୁତ ବିଭାଗ ଅଧିକାରୀ ଜୀତେନ୍ଦ୍ର କୁମାର ପଣ୍ଡା ଙ୍କୁ ପଚାରିବାରୁ ସେ କହିଲେ ବ୍ୟବ ଛେଦ ପରେ ରିପୋର୍ଟ ଆସିବା ପରେ ମୃତ୍ୟୁ ପ୍ରକୃତ ଘଟଣା ଜଣାପଡିବ । ଯଦି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ ହୋଇଛି ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ଖବର ଲେଖା ହେବା ସୁଦ୍ଧା ଘଟଣା ସ୍ଥଳରେ ରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି।ତଦନ୍ତ ପରେ ଜଙ୍ଗଲ ପାହାଡ଼ ନିକଟରେ ଜେ ସି ବି ଦ୍ଵାରା ଗର୍ତ୍ତ କରାଯାଇ ପୋତିବା ପାଇଁ ସ୍ଥିର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ