ବିଧାୟକ ହାଁସଦାଙ୍କ ଦୁର୍ଗମ ପାହାଡ଼ ଅଞ୍ଚଳକୁ ସଂଯୋଗ ସ୍ଥାପନ କରିବା ପାଇଁ ଅଭିନବ ପ୍ରୟାସ
ବାରିପଦା,(ମୁରାରୀ ମୋହନ ମହାପାତ୍ର):ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାରସକଣା ଏଵଂ ବିଜାତଳା ମଧ୍ୟରେ ଥିବା ଦୁର୍ଗମ ପାହାଡ଼ ଅଞ୍ଚଳ ଦେଇ ସଂଯୋଗ ସ୍ଥାପନ କରିବାକୁ ବିଧାୟକ ଭଦବା ହାଁସଦା ଙ୍କ ଅଭିନବ ପ୍ରୟାସ । ଘାଟି ରାସ୍ତା ବୁଲି ଦେଖିବା ସହ ପଦକ୍ଷେପ ଗ୍ରହଣ କରିଛନ୍ତି। ସୂଚନା ଅନୁସାରେ ପୂର୍ବରୁ ହାଁସଦା ବିଧାୟକ ହୋଇଥିବା ବେଳେ ତାଙ୍କରି ପ୍ରଚେଷ୍ଟା କ୍ରମେ ଉକ୍ତ ଦୁଇ ବ୍ଲକ ମଧ୍ୟରେ ଥିବା ଦୁର୍ଗମ ପାହାଡ଼ ଅଞ୍ଚଳ ସରଗଡା ଘାଟି ରାସ୍ତା ଯାହାକି ଶଙ୍ଖାଭଙ୍ଗା ରୁ ଆରମ୍ଭ ହୋଇ ଭେଜିଡିହି ଗ୍ରାମ ମଧ୍ୟ ଦେଇ ବିଯାତଳା ଓ ପାଟପୁର ଠାରେ ଥିବା ଜାତୀୟ ରାଜପଥରେ ସଂଯୋଗ କରିବାର ପ୍ରୟାସ କରିଥିଲେ । ତେବେ କିଛି ବର୍ଷ ବିତି ଯାଇଥିବା ବେଳେ ତାହା କୌଣସି କାରଣ ବଶତଃ କାର୍ଯ୍ୟ ହୋଇ ପାରି ନଥିଲା । ପୁଣି ଥରେ ବର୍ତ୍ତମାନ ଭାରତୀୟ ଜନତା ଦଳରୁ ନୂତନ ଭାବେ ନିର୍ବାଚିତ ହେବା ପରେ ମାନ୍ୟବର ବିଧାୟକ ଶ୍ରୀ ଭାଦବ ହାଁସଦା ପୁନର୍ବାର ଉଭୟ ବ୍ଳକ କୁ ସଂଯୋଗ କରୁଥିବା ସରଗଡା ଘାଟି ରାସ୍ତା ବୁଲି ଦେଖିବା ସହ କିପରି ଭାବେ ଯୁଦ୍ଧ କାଳୀନ ଭିତ୍ତି ରେ ନିର୍ମାଣ ହୋଇ ସମାପ୍ତ ହେବ ସେ ବିଷୟରେ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଏହି ଘାଟି ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ପୂର୍ଣ୍ଣ ମାତ୍ରାରେ ସହଯୋଗ ଏବଂ ଅଧିକ ଅର୍ଥ ପ୍ରଦାନ କରିଥିବାରୁ ବିଧାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।
ସ୍ଥାନୀୟ ସରପଞ୍ଚ ବାବାଜୀ ସିଂ କହିଛନ୍ତି, ଉକ୍ତ ରାସ୍ତା ଟି ନିର୍ମାଣ ହେଲେ ଆମ ଅଞ୍ଚଳରୁ ଲୋକେ ରୋଗୀଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଡ଼ାକ୍ତରଖାନା କୁ ନେବା ଠୁ ଆରମ୍ଭ କରି ଯାତାୟତ ଏବଂ ବ୍ୟାପାର ବାଣିଜ୍ୟ ର ପଥ ସୁଗମ ହେବା ସହିତ ବହୁ ଲୋକ ଉପକୃତ ହେବେ ବୋଲି ସ୍ଥାନୀୟ ସରପଞ୍ଚ ବାବାଜୀ ସିଂ କହିଛନ୍ତି । ସ୍ଥାନୀୟ ବାସିନ୍ଦା କହିଛନ୍ତି କି, ଏହି ରାସ୍ତା ଟି ନିର୍ମାଣ ହେଲେ ଆମ୍ଭମାନଙ୍କୁ ବଂଗ୍ରିପୋଷି ଘାଟି ଦେଇ ବାରିପଦା ଡାକ୍ତରଖାନା କୁ ଯିବାକୁ ପଡୁ ଥିଲା ତାହା ପ୍ରାୟ ୫୦ କିଲୋମିଟର କମ ବ୍ୟବଧାନରେ ଆମେ ରାଇରଙ୍ଗପୁର ଡାକ୍ତରଖାନା କୁ ପହଞ୍ଚି ପାରିବା । ଏଥିପାଇଁ ଏ ଅଞ୍ଚଳର ଲୋକ ବହୁତ ଖୁସି ରେ ଅଛନ୍ତି କହି ବର୍ତ୍ତମାନର ସରକାର ତଥା ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ଙ୍କ ସହିତ ବିଧାୟକ ଭାଦବ ହାଁସଦା ଙ୍କୁ ଧନ୍ୟବାଦ୍ ଜଣାଇଥିବା ବେଳେ ଉଭୟ ବ୍ଳକ ଅଞ୍ଚଳ ବାସୀ ମାନେ ମଧ୍ୟ ଧନ୍ୟବାଦ୍ ଜଣାଇ ଥିଲେ ।