ବିନା ଟ୍ରେଡ୍ ଲାଇସେନ୍ସରେ ଚାଲିଥିବା ବାଇକ୍ ଶୋ ରୁମ୍‌ରେ ଚଢାଉ;୫ଗାଡି ଜବତ 

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ବିନା ଟ୍ରେଡ୍ ଲାଇସେନ୍ସ ଏବଂ ଶୋରୁମ୍ ଖୋଲିବା ସହ ଗାଡି ବିକ୍ରୀ ପାଇଁ ଆବଶ୍ୟକୀୟ ଥିବା କାଗଜ ପତ୍ର ନଥିବା ଆଭିଯୋଗରେ ଗଜପତି ପରିବହନ ବିଭାଗ ତରଫରୁ ଏକ ବାଇକ୍ ଶୋ ରୁମ୍ ଉପରେ ଚଢାଉ କରାଯାଇଛି । ଏହି ଶୋ ରୁମ୍‌ଟି ପାରଳାଖେମୁଣ୍ଡି ସହରର ପୁରୁଣାପାଟଣା ରାସ୍ତାରେ ରହିଛି । ଅସ୍ଥାୟୀ ବାବେ କେତେକ ୟାମାହା ବାଇକ୍ ରଖି ଏହି ଶୋ ରୁମ୍‌ଟି ଗତ ବୁଧବାର ଦିନ ଖୋଲା ଯାଇଥିଲା । ବିନା ଟ୍ରେଡ୍ ଲାଇସେନ୍ସ ଏବଂ ଶୋ ରୁମ୍ ଖୋଲିବା ସହ ଗାଡି ବିକ୍ରୀ ପାଇଁ ଆବଶ୍ୟକୀୟ ଥିବା କାଗଜ ପତ୍ର ନ ଥିବା ଆଭିଯୋଗରେ ଗତକାଲି ସନ୍ଧ୍ୟାରେ ଏହି ଶୋ ରୁମ୍ ଉପରେ ଗଜପତି ପରିବହନ ବିଭାଗ ତରଫରୁ ଚଢାଉ କରାଯାଇଥିଲା । ଆବଶ୍ୟକୀୟ ଯାଞ୍ଚ ପରେ ୫ଗୋଟି ବାଇକ୍‌କୁ ଜବତ କରାଯିବା ସହ ଏଭଳି ବେଆଇନ ଭାବେ ଗାଡି ବିକ୍ରୀ ପାଇଁ ଶୋ ରୁମ୍ ଖୋଲିବା ଅର୍ଥ ଦଣ୍ଡ ମଧ୍ୟ କରାଯାଇଛି । ଏହି ଚଢାଉରେ ଗଜପତି ଆରଟିଓ ସଂଗ୍ରାମ ଶେଖର ପଣ୍ଡା,ଏମ୍‌ଭିଆଇ ବସନ୍ତ କୁମାର ମହାପାତ୍ର ପ୍ରମୁଖ ଅଧିକାରୀଙ୍କ ସହ ପରିବହନ ଟିମ୍ ଚଢାଉରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ