ବିଭିନ୍ନ ଯୋଜନା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

କୋଦଳା,(ବାପୁନି କୁମାର ମାଲୁ):ଓଡିଶା ସରକାର ପୂର୍ତ୍ତ ବିଭାଗ ଓ ରାଜ୍ୟ କ୍ଷୁଦ୍ର ଜଳ ସେଚନ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ବିଭିନ୍ନ ଯୋଜନାରେ ନିର୍ମିତ ହେବାକୁ ଥିବା କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ମଙ୍ଗଳବାର ଅପରାହ୍ନ 2 .30 ମିନଟ ସମୟରେ କରିଛନ୍ତି । ଏହି ବ୍ଲକର ପୂର୍ତ୍ତ ବିଭାଗ ସୁମଣ୍ଡଳ ଅଙ୍ଗାରଗାଁ ରାସ୍ତାର ଉର୍ନ୍ନତିକରଣ, ବଡ ରାଉଳ ନିକଟ ମଗର ଘାଇ ଆପ୍ରୋଚ ରୋଡ଼ ନିର୍ମାଣ, ନିମିନା କ୍ଷୁଦ୍ର ଜଳ ସେଚନ ବିଭାଗ ର ଆପ୍ରୋଚ ରୋଡ଼ ନିର୍ମାଣ, କୋଦଳା ସ୍ଥିତ ବଡ ହଜ ର ମରାମତି ଓ ପୂର୍ଣ୍ଣରୁଧାର ପାଇଁ ଟ୍ରିପଲ ଆର ଯୋଜନାରେ ନିର୍ମିତ କରାଯିବ । ଏହି ରାସ୍ତା ନିର୍ମାଣ ଫଳରେ ଜନସାଧାରଣଙ୍କର ଗମନାଗମନ ରେ ସୁବିଧା ହୋଇବା ସହ ଜଳ ପ୍ରକଳ୍ପ ର ସୁବିନିଯୋଗ ହୋଇ ପରିବ ବୋଲି ବିଧାୟକ କହିଥିଲେ । ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ମନୋଜ କୁମାର ପାଣ୍ଡି, ବରିଷ୍ଠ ନେତା ସୀତାରାମ ପାଣିଗ୍ରାହୀ,ଜିଲ୍ଲା ପରିଷଦ ପ୍ରତିନିଧି, ସୁଶାନ୍ତ କୁମାର ସ୍ୱାଇଁ,ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁ, ନିରଞ୍ଜନ ପ୍ରଧାନ, ରତ୍ନାକର ବିଷୋୟୀ, ନାରାୟଣ ସୁମନ୍ତରାୟ, ପୂର୍ତ୍ତ ବିଭାଗ ଏସ ଡି ଓ ମଳୟ ସାହୁ ,କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ବିଷୋୟୀ, କ୍ଷୁଦ୍ର ଜଳ ସେଚନ ବିଭାଗ ଏସ ଡି ଓ ନାରାୟଣ ନାୟକ କନିଷ୍ଠ ଯନ୍ତ୍ରୀ ଗାଙ୍ଗୁରାମ ଟୁଡୁ, ସ୍ଥାନୀୟ ଜନସାଧାରଣ ପ୍ରଭୁତି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ