ବିଭିନ୍ନ ସ୍ଥାନରେ ଗଜଲଷ୍ମୀପୂଜା
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭଞ୍ଜନଗର ସହର ,
ଖାଲାସୀ ସାହି , ଗାମୁଣ୍ଡି ,ବାଉଁଶ ଲୁଣ୍ଡି , ଘୁମୁସର ନୂଆଁ ଗାଁ ଏବଂ ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅତି ଧୂମଧାମରେ ପାଳନ କରାଯାଇଛି | କିନ୍ତୁ ବାଉଁଶଲୁଣ୍ଡି ଗ୍ରାମର ପ୍ରସିଦ୍ଧ ଗଜଲକ୍ଷ୍ମୀଙ୍କ ପୂଜା ଏଗାର ଦୀନ ବ୍ୟାପି ଯଥା ରୀତି ନୀତି ଅନୁଯାୟୀ ଆରମ୍ଭ ହୋଇଯାଇଛି। ଗତ ୧୭ ବର୍ଷ ଧରି ପାଳନ ହୋଇ ଆସୁଥିବା ଲାଷ୍ମୀ ପୂଜା ବାଉଁଶ ଲୁଣ୍ଡି ଗ୍ରାମର ପରମ୍ପରାକୁ ବଜାୟ ରଖିଛି।ଷୋହଳ ତାରିଖ ଠାରୁ ଛବିଶ ତାରିଖ ପ୍ରଯ୍ୟନ୍ତ ମା ଲଷ୍ମୀଙ୍କ ପୂଜା ଯଥା ରୀତିନୀତି ଅନୁସାରେ କରାଯାଇଛି।ପ୍ରଥମ ଦିନରେ ନଅ ଗୋଟି କଳସରେ ପାଣି ଆଣି ସ୍ଥାପନ ହେବା ପରେ ପୂଜା ଆରମ୍ଭ ହୋଇଯାଇଥିଲା।ଗ୍ରାମର ଏକତା ବଳରେ ଅନୁଷ୍ଠିତ ଏହି ଲଷ୍ମୀ ମାଙ୍କ ପୂଜାକୁ ଆଖପାଖ ଅଂଚଳର ବହୁ ଭକ୍ତଙ୍କ ସମାଗମ ହୋଇଥାଏ | ଏହି ଏଗାର ଦିନର ପୂଜାଉତ୍ସବ ଭିତରେ, ପ୍ରତ୍ୟେକ ଦୀନ ଜଣେ ଲେଖାଏଁ ଶ୍ରଦ୍ଧାଳୁ, ସଂପୂର୍ଣ୍ଣ ଗୋଟିଏ ଦିନର ମାଁଙ୍କ ସକାଳ ପୁଜାରୁ ଆରମ୍ଭ କରି ଯଥା ହୋମ ଜଜ୍ଞ ମଧ୍ୟାହ୍ନର ଅନ୍ନଭୋଗ ଓ ରାତ୍ରର ଆଳତି ପାଇଁ ସମସ୍ତ ଖର୍ଚ୍ଚ ବହନ କରିଥାନ୍ତି। ଏହିପରି ପୁଜା ରଖିବା ଓ ଖର୍ଚ୍ଚ ବହନ କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତମାନେ ନିଜେ ନିଜେ ଆଗେଇ ଆସନ୍ତି। କାରଣ, ସେମାନଙ୍କ ବିଶ୍ଵାସ ଯେ ମାଁ ଏହାଦ୍ଵାରା ସେମାନଙ୍କ ସମସ୍ତ ମନସ୍କାମନା ପୂରଣ କରନ୍ତି, ବର୍ଷ ସାରା ଧନ ଧାନ୍ୟ ରେ ଘର ପୁରି ଉଠିବ। ଅନ୍ୟପକ୍ଷରେ କହିବାକୁ ଗଲେ, ଭଞ୍ଜନଗର ସହରର ଏହି ଗଜଲକ୍ଷ୍ମୀ ପୂଜା ଉତ୍ସବରେ କୌଣସି ସ୍ଥାନରେ ବଡ଼ ତୋରଣ ମେଢ଼ ଦେଖିବାକୁ ମିଳେନାହିଁ। କିନ୍ତୁ ମାଁ ଗଜଲକ୍ଷ୍ମୀଙ୍କ ପାଖରେ ଅଷ୍ଟଦୀନ ଯାଏଁ ଘୃତଜଜ୍ଞ, ଅନ୍ନଜଜ୍ଞ ଓ ରାତ୍ର ସମୟରେ ବିଭିନ୍ନ ପୂଜା ମଣ୍ଡପରେ ଜନସାଧାରଣଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥାଏ।ଏହି ଏଗାର ଦିନର ପୂଜା ମଧ୍ୟରେ ହଜାର ଆଠ ଦୀପ ଦାନ, କାକରା ପିଠା ଭୋଗ ବଣ୍ଟନ, କାନିକା ଭୋଗ ବଣ୍ଟନ ଓ ଅନ୍ନ ପ୍ରସାଦ ବଣ୍ଟନ ବ୍ୟବସ୍ଥା ହୋଇଥିଲା।ପୂଜା ଶେଷଦିନରେ ମାଁଙ୍କୁ ନିଜ ନିଜର ସାହି ବା ଗ୍ରାମର ଜନସାଧାରଣଙ୍କ ସାହାଯ୍ୟରେ ବିଭିନ୍ନ ବାଜା ବାଜଣା କରି ନଗର ଭ୍ରମଣ ପରେ ମାଁଙ୍କୁ ଜଳରେ ବିସର୍ଜନ କରାଯିବାର ବ୍ୟବସ୍ଥା ହୋଇଛି।