ବିର୍ସାମୁଣ୍ଡା ହୋ ସମାଜ ମାର୍ଶାଲ ଆକଳା ଦ୍ୱାରା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ
କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ରମହାନ୍ତ):ଟିକରଗୁମୁରା ସ୍ଥିତ ବିର୍ସା ମୁଣ୍ଡା ପଡ଼ିଆରେ ବିର୍ସା ମୁଣ୍ଡା ହୋ ସମାଜ ମାର୍ଶାଲ ଆକଳା ଦ୍ୱାରା ଧରତୀ ଆବା ବିର୍ସା ମୁଣ୍ଡାଙ୍କର ୧୫୦ ତମ ଜନ୍ମ ଜୟନ୍ତି ଉତ୍ସବ ପାଳନ ହୋଇଯାଇଅଛି, ବିର୍ସାମୁଣ୍ଡା ହୋ ସମାଜ ମାର୍ଶାଲ ଆକଳା ର ଜିଲା ସଭାପତି ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ କେନ୍ଦୁଝର ର ପୂର୍ବତନ ଅଧ୍ୟକ୍ଷ ରାମରାଇ ମୁନ୍ଦୁୟା ଭଗବାନ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଥିଲେ, ଆଦିବାସୀ ହୋ ସମାଜ ର ପୂଜକ ଶ୍ରୀ ରଞ୍ଜନ ବଦରାଙ୍କ ଦ୍ୱାରା ହୋ ସମାଜ ର ପାରମ୍ପରିକ ବିଧି ମୁତାବକ ପୂଜାର୍ଚନା କରାଯାଇଥିଲା, ଏହି ଉତ୍ସଚ ରେ ହୋ ସମାଜର ବିଭିନ୍ନ ଗ୍ରାମରୁ ବହୂ ସଂଖ୍ୟକ ପୁରୁଷ ଏବଂ ମହିଳା ଯୋଗ ହେଇ ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିଥିଲେ କ୍ଷ ଶ୍ରୀ ମୁନ୍ଦୁୟା ତାଙ୍କ ବକ୍ତବ୍ୟରେ ବିର୍ସାମୁଣ୍ଡାଙ୍କ ଜୀବନୀ ବିଷୟରେ ଆଲୋକପାତ କରି ଇଂରେଜ ମାନଙ୍କର ଦଲାଲ ଜମିଦାରଙ୍କ ଦ୍ୱାରା ଅତ୍ୟାଚାରିତଏବଂ ଶୋଷିତ ହୋଇ ଶେଷରେ ଆଦିବାସୀ ମାନଙ୍କର ଜଳ, ଜମି ଏବଂ ଜଙ୍ଗଲ ଅଧିକାର ପାଇଁ କଲକ୍ଷହ୍ନ ରାଜ୍ୟର ସମଗ୍ର ଆଦିବାସୀ ମାନଙ୍କୁ ଏକଜୁଟ କରି ଇଂରେଜ ମାନଙ୍କ ବିରୁଦ୍ଧରେ ଭାରତର ସ୍ୱାଧୀନତା ସଂଗ୍ରାମର ମୁଲଡୁଆ ପକାଇଥିଲେ କ୍ଷ ବିର୍ସା ମୁଣ୍ଡାଙ୍କ ଏହି ସଂଗ୍ରାମ ସକାଶେ ସଂମ୍ବିଧାନରେ ୫ମ ଅନୁସୂଚି ଅନୁଯାଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶାସନ ବ୍ୟବସ୍ଥା ଆଦିବାସୀମାନଙ୍କର ନିଜର ପାରମ୍ପରିକ ବିଧି ବ୍ୟବସ୍ଥା ଅନୁଯାଇ ଗ୍ରାମସଭା ଦ୍ୱାରା ସୋୟଂ ଶାସନ ର ଉଲ୍ଲେଖ କରାଯାଇ ଥିଲା ଯାହା ଫଳରେ ଆଜି ଆଦିବାସୀ ନିଜର ଅଧିକାର ହାସଲ କରିପାରଛି କ୍ଷ ଏହି ପରିପ୍ରେକ୍ଷୀ ରେ ଶ୍ରୀ ମୁନ୍ଦୁୟା ସମସ୍ତ ଆଦିବାସୀମାଙ୍କୁ ଏକଜୁଟ ହୋଇ ବିର୍ସା ମୁଣ୍ଡଙ୍କର ସ୍ବପ୍ନ କୁ ସାକାର କରିବା ପାଇଁ ଆହ୍ୱାନ ଦେଇ ଶିକ୍ଷିତ ଏବଂ ସଚେତନ ହୋଇ ସ୍ୱାସ୍ଥ୍ୟ ଏବଂ ଆର୍ଥିକ ରୂପେ ଉନ୍ନତି ଆଣି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ଉଦବୋଧନ ଦେଇଥିଲେ କ୍ଷ ଅନ୍ୟମାନଙ୍କ ମଧ୍ୟରେ ସୁବାସ ତିରିଆ, ମୁନସୀ ହସାଦା, ସନାତନ ଅମଂ, ସୁରେନ୍ଦ୍ର ହେମ୍ବ୍ରମ, ବେଣୁଧର ବାଲମୁଚୁ, ଦୁର୍ଗା ଚନ୍ଦ୍ର ପିଙ୍ଗୁଆ ଜୟରାମ ବାଙ୍କୀରା, ଜଗନ୍ନାଥ ମାଝୀ, ଦୁଃଖିରାମ ମୁର୍ମୁ, ଦିପୁ ହେମ୍ବ୍ରମ ଇତ୍ୟାଦି ଯୋଗ ଦେଇଥିଲେ।