ବିଶାଖାପାଟଣା ଓ ରାଜ୍ୟରାଣୀ ଟ୍ରେନ ୬ ଦିନ ବନ୍ଦ ରହିବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ନୌପଡା ଠାରୁ ପାରଳାଖେମୁଣ୍ଡି ଦେଇ – ଗୁଣପୁର ଯାଉଥିବା ଟ୍ରାକ୍‌ରେ ଟ୍ରେନର ବେଗ ବୃଦ୍ଧି ପାଇବ । ଏବେ ୫୦ କି.ମି. ବେଗରେ ଟ୍ରେନ୍ ଚଳାଚଳ କରୁଥିବାବେଳେ ଟ୍ରାକ୍ ମରାମତି ପରେ ୭୫ କି.ମି ବେଗରେ ଟ୍ରେନ୍ ଗଡ଼ିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ଏଥିସକାଶେ ଟ୍ରାକ୍ ସହ ଅନ୍ୟାନ୍ୟ ମରାମତି କାର୍ଯ୍ୟ ଯୋଗୁ ଏହି ରେଳ ପଥ ଦେଇ ଆସୁଥିବା ନୌପଡା – ଗୁଣପୁର ମଧ୍ୟରେ ଟ୍ରେନ ଚଳାଚଳ ପ୍ରଭାବିତ ହେବ । ରାଉରକେଲା ଠାରୁ ପାରଳାଖେମୁଣ୍ଡି ଦେଇ ଗୁଣପୁର ଯାଉଥିବା ରାଜ୍ୟରାଣୀ ଏକ୍ସପ୍ରେସ ଟ୍ରେନ୍ ପଲାସାଠାରୁ ଫେରିଯିବ. ସେହିପରି ବିଶାଖାପାଟଣା ଠାରୁ ପାରଳାଖେମୁଣ୍ଡି ଦେଇ ଗୁଣପୁର ଯାଉଥିବା ଟ୍ରେନ ଚଳାଚଳ ସମ୍ପର୍ଣ୍ଣ ୬ ଦିନ ପାଇଁ ବନ୍ଦ ରହିବ । ତେବେ ପୁରୀ- ପାରଳାଖେମୁଣ୍ଡି -ଗୁଣପୁର ଏବଂ କଟକ – ପାରଳାଖେମୁଣ୍ଡି – ଗୁଣପୁର ଯାଉଥିବା କଟକ ମେମୁ ଟ୍ରେନ୍ ସ୍ବାଭାବିକ ଭାବେ ଚଳାଚଳ କରିବ ବୋଲି ସୂଚନା ମିଳିଛି। ଆସନ୍ତା ୧୩ ରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣା ଗୁଣପୁର ଟ୍ରେନ୍ ଉଭୟ ପଟୁ ଚଳାଚଳ ବନ୍ଦ ରହିବ। ସେହିପରି ଏହି ଦିନ ମାନଙ୍କରେ ରାଜ୍ୟରାଣୀ ଟ୍ରେନ ରାଉରକେଲାରୁ ବାହାରି ପାରଳାଖେମୁଣ୍ଡି ଓ ଗୁଣପୁର ନ ଆସି ପଲାସାଠାରୁ ଫେରିଯିବ ବୋଲି ମଧ୍ୟ ସୂଚନା ମିଳିଛି । ରାଜ୍ୟରାଣୀ ଟ୍ରେନଟି ପଲାସା ଠାରୁ ପାରଳାଖେମୁଣ୍ଡି -ଗୁଣପୁର ମଧ୍ୟରେ ଉଭୟ ପଟୁ ଚଳାଚଳ ବନ୍ଦ ରହିବ । ସୂଚନା ଯୋଗ୍ୟ, ନୌପଡା- ପାରଳାଖେମୁଣ୍ଡି -ଗୁଣପୁର ମଧ୍ୟରେ ଗୋଟିଏ ଟ୍ରାକ୍ ହୋଇଥିବାରୁ ଟ୍ରେନ ଯାତାୟାତରେ ଅହେତୁକ ବିଳମ୍ବ ହେଉଛି। ସେହିପରି ନୌପଡା- ପାରଳାଖେମୁଣ୍ଡି ଗୁଣପୁର ମଧ୍ୟରେ ଟ୍ରେନର ବେଗ ବୃଦ୍ଧି ପାଇଲେ ବିଳମ୍ବଜନିତ ସମସ୍ୟାରୁ କିଛି ମାତ୍ରାରେ ସୁଧାର ଆସିବ ବୋଲି ସାଧାରଣରେ ଆଶା ପ୍ରକଟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ