ବିଶ୍ବଶାନ୍ତିଦାତା

ହେ ଯୀଶୁ ତୁମେ
ପ୍ରେମର ପୂଜାରୀ
କ୍ଷମାର ଅଥଳ ସିନ୍ଧୁ,
ଯିଏ ଦଣ୍ଡଦେଲା
ତାକୁ କ୍ଷମାକରି
ସୃଷ୍ଟିକଲ ପ୍ରେମ ସିନ୍ଧୁ ।

ସେ ସିନ୍ଧୁର ତୀରେ
ପ୍ରେମର ସହର
ଦୟା କ୍ଷମା ଦେଲ ଭରି,
ସ୍ନେହ ମମତାର
ଗଙ୍ଗା ବହୁଅଛି
ଆସ ଆଜି ଅବତରି ।

ତୁମ ଧରା ସ୍ପର୍ଷେ
ସ୍ନେହ ପ୍ରେମ ସ୍ରୋତ
ତୀବ୍ର ହେବ ସର୍ବୋପରି,
ସେହି ସ୍ରୋତ ଧାରେ
ଆମେ ଭାସିଯିବୁ
ବିଶ୍ବ ପ୍ରେମ ମନ୍ତ୍ର ଧରି ।

ଆଜି ବଡଦିନ
ଏହି ନିବେଦନ
ବିଶ୍ବର କଲ୍ୟାଣ ପାଇଁ,
ପ୍ରେମ ଦୟା କ୍ଷମା
ସବୁରି ଅନ୍ତରେ
ଦିଅ ବିଶ୍ବଶାନ୍ତି ପାଇଁ ।

ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ