ବିଶ୍ଵ ଅନଗ୍ରସର ଦିବସ ପାଳିତ
ଜଟଣୀ, (ଶ୍ରଦ୍ଧାଞ୍ଜଳୀ ମହାରଣା):ଜଟଣୀ ବ୍ଳକର ରାଣୀପୁର ଗ୍ରାମରେ ଵାପା ମାଆ ସେବା ଶ୍ରମ ରେ ଥିବା ଅନ୍ତେବାସୀଙ୍କୁ ନେଇ ଵିଶ୍ବ ଅନଗ୍ରସର ଦିବସ ପାଳନ କରାଯାଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଜଟଣୀ କୋର୍ଟର ବିଚାରପତି ମହଦୟା ଶ୍ରୀମତୀ ହୀତେଶ୍ରୀ ଵେହେରା ।ପ୍ରଥମେ ବାପା ମାଆ ସେବା ଶ୍ରମର ପରିସରରେ ଥିବା ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ଏଵଂ ମାନସିକ ଅନଗ୍ରସର ଲୋକମାନଙ୍କୁ ଥ ଇଥାନ ଆଇନ ସମ୍ବନ୍ଧୀୟ ବ୍ୟବସ୍ଥା କ’ଣ ଅଛି ତାର ଵିଷୟରେ କହିଥିଲେ ।ଜଟଣୀ ଵାର୍ ଆସୁସିଏସନ ସଭାପତି ଶରତଚନ୍ଦ୍ର ପାଇକରାୟ ସଭାପତିତ୍ବ କରିଥିଲେ, ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ ସ୍ବାଗତ ସମ୍ବର୍ଦ୍ଧନା ଭାଷଣ ଦେଇଥିଲେ, ପୂର୍ବତନ ସମ୍ପାଦକ ବିଜୟ କୁମାର ମହାପାତ୍ର, ସଞ୍ଜୟ କୁମାର ମିଶ୍ରଙ୍କ ସହିତ ପ୍ରଶାନ୍ତ କୁମାର ତ୍ରିପାଠୀ ଉପସ୍ଥିତ ରହି ଆଇନ୍ ବିଷୟରେ ସଚେତନତା କରାଇଥିଲେ,ଆଇ ଏଚ୍ ଆର୍ ଡି ମାନବାଧିକାର ସଙ୍ଗଠନ ପକ୍ଷରୁ ବାସୁଦେବ ସେଠୀ, ହଵିବୁର ରେହେମାନ ଉପସ୍ଥିତ ରହି ଅନ୍ତେଃବାସୀ ମାନଙ୍କୁ ସେବା ଯୋଗାଇ ଥିଲେ। ବିଚାରପତି ମହୋଦୟା ମତପ୍ରକାଶ କରିଥିଲେ ଯେ ଭିନ୍ନକ୍ଷମ ଅନଗ୍ରସର ଲୋକମାନଙ୍କ ସାଧାରଣ ଲୋକ ମାନଙ୍କର ଭିତରେ ପ୍ରଭେଦ କିଛି ନାହିଁ ଯଦି କୌଣସି ବ୍ୟକ୍ତି ପ୍ରଭେଦ କରେ ତାଙ୍କ ପାଇଁ ଦଣ୍ଡବିଧାନ ବ୍ୟବସ୍ଥା ରହିଛି ଜଟଣୀ ତାଲୁକା ଆଇନ୍ ସେବା ତରଫରୁ ସୈମ୍ୟାରଞ୍ଜନ ସେଠୀ ସଭା ପରିଚାଳିତ କରିଥିଲେ ଏଵଂ ଉକ୍ତ କାର୍ଯ୍ୟକ୍ରମ ରେ ଜଟଣୀ ସିଏସ୍ ଆଇ ଏମ୍ ଡି ସୁଲେମାନ ଖାନ୍ ଅନ୍ୟ ପୋଲିସ ଉପସ୍ଥିତିରେ ସଭା ପରିଚାଳିତ ହୋଇଥିଲା ଏଵଂ ଶେଷରେ ବାପା ମାଆ ସେବା ଶ୍ରମ ର ମୁଖ୍ୟ ପ୍ରତିଷ୍ଠାତା ଗୌତମ ମହାରଣା ଧନ୍ୟବାଦ୍ ଅର୍ପଣ କରିଥିଲେ । ସମାଜରେ ଭିନ୍ନକ୍ଷମ ଲୋକ ମାନଙ୍କ ପାଇଁ ଯାହା ଯୋଜନା ଅଛି ତାଙ୍କୁ କାର୍ଯ୍ୟକାରୀ କରିବା ପାଇଁ ଜଟଣୀ କୋର୍ଟର ସହଯୋଗ ରହିଵ, ସମସ୍ତେ ମିଶି ଏକାଠି ହୋଇ ଅନ୍ତେବାସୀ ବିଚାରପତିଙ୍କୁ ସମ୍ମାନିତ କରିବା ସହିତ ଆଇନଜୀବୀ ମାନଙ୍କୁ ସମ୍ମାନିତ କରିଯାଇଥିଲା ।