ବିଶ୍ୱହିନ୍ଦୁ ପରିଷଦର ମୟୁରଭଞ୍ଜ ପଶ୍ଚିମାଞ୍ଚଳ ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ
କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ଠାରେ ବିଶ୍ଵହିନ୍ଦୁ ପରିଷଦ ର ମୟୁରଭଞ୍ଜ ପଶ୍ଚିମାଞ୍ଚଳ ଜିଲ୍ଲା କାର୍ଯ୍ୟାଳୟ କରଞ୍ଜିଆ ସହର ର ମିଳନପଡ଼ିଆ ନିକଟରେ ଉଦଘାଟିତ ହୋଇଯାଇଛି
ଉଦଘାଟନୀ କାର୍ଯ୍ୟକ୍ରମ ରେ ବିଶ୍ଵହିନ୍ଦୁ ପରିଷଦ ପ୍ରାନ୍ତ ସତସଙ୍ଗ ପ୍ରମୁଖ ହରିହର ତ୍ରିପାଠୀ, ବିଭାଗ ସମ୍ପାଦକ ମଧୁସୂଦନ ଦାସ, ଜିଲ୍ଲା ସଭାପତି ସ୍ମୃତିମୟ ମହାନ୍ତ, ନାରୀନେତ୍ରୀ ଲକ୍ଷ୍ମୀ ଝା, ସୁନାମଣି ହୋ,ଜ୍ୟୋସ୍ନାରାଣୀ ମହାନ୍ତ ଙ୍କ ସହିତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ କାର୍ଯ୍ୟକ୍ରମରେ ରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ଵହିନ୍ଦୁ ପରିଷଦ ର ଜିଲ୍ଲା ସମ୍ପାଦକ ଯଦୁନାଥ ମହାନ୍ତ, ଜିଲ୍ଲା ଉପସଭାପତି କମଳାକାନ୍ତ ମହାନ୍ତ, ବାରିପଦା ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ଆଚାର୍ଯ୍ୟ, ଅନୁ ଅଗ୍ରୱାଲ, ଲପୁ ଭାରୁକା, କ୍ଷୀରୋଦ ମହାନ୍ତ ଉପସ୍ଥିତ ରହିସହଯୋଗ ପ୍ରଦାନ କରିଥିଲେ ବିଶ୍ୱହିନ୍ଦୁ ପରିଷଦ ର ପ୍ରାନ୍ତ ସତସଙ୍ଗ ପ୍ରମୁଖ ହରିହର ତ୍ରିପାଠୀ କରଞ୍ଜିଆ ଠାରେ କାର୍ଯ୍ୟାଳୟ ଖୋଲିବା ନେଇ ଦେଇଥିବା ପ୍ରତିକ୍ରିୟା ରେ ହିନ୍ଦୁ ଙ୍କ ମଧ୍ୟରେ ଏକତା, ଅଣ ହିନ୍ଦୁ ଶକ୍ତି କୁ ପ୍ରତିହତ କରି ହିନ୍ଦୁ ବା ସନାତନ ଧର୍ମ ର ରକ୍ଷା,ଭାରତକୁ ହିନ୍ଦୁ ରାଷ୍ଟ୍ର ରେ ପରିଣତ କରିବାକୁ ହେଲେ ହିନ୍ଦୁ ଙ୍କୁ ଏକତା ସୂତ୍ରରେ ବାନ୍ଧିରଖିବା ସହିତ ଯୁବ ସମାଜ ନିକଟରେ ବାର୍ତା ରଖିବା,ଅଞ୍ଚଳ ରେ ଧର୍ମାନ୍ତରିକରଣ କୁ ବନ୍ଦ କରିବାର ଲକ୍ଷ୍ୟ ରଖି କରଞ୍ଜିଆ ଠାରେ କାର୍ଯ୍ୟାଳୟ ଖୋଲାଯାଇଥିବା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସତସଙ୍ଗ ମାଧ୍ୟମ ରେ ହିନ୍ଦୁ ଭାଇ ଭଉଣୀ ଙ୍କୁ ଏକତାସୂତ୍ରରେ ବାନ୍ଧି ରଖି ବାକୁ ସୂଚନା ଦେଇଥିଲେ
ସର୍ବପ୍ରଥମେ କାର୍ଯ୍ୟାଳୟ ରେ ପୂଜା ଓ ହୋମ ସମ୍ପନ୍ନ ପରେ ଝଣ୍ଡା ପ୍ରତିଷ୍ଠା ପରେ ଉପସ୍ଥିତ କାର୍ଯ୍ୟକର୍ତା ଏକ ବାଇକ ରାଲ୍ଲୀ ରେ କରଞ୍ଜିଆ ବଜାର ପରିକ୍ରମା କରିଥିଲେ.