ବି.କରଡ଼ାବାଡ଼ି ହାଇ ସ୍କୁଲରେ ପୋଷାକ ବିତରଣ ଉତ୍ସବ

ବୁଗୁଡା, (ଅନିଲ କୁମାର ମହାରଣା):ଗଂଜାମ ଜିଲ୍ଲା, ବୁଗୁଡ଼ା ବ୍ଲକର ବି.କରଡ଼ାବାଡ଼ି ଗ୍ରାମର ସର୍ଦ୍ଦାର ଅନ୍ତର୍ଯ୍ୟାମୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାନୁୟାରୀ ୬ ତାରିଖ ଦିନ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୋଷାକ ବିତରଣ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ହରପ୍ରିୟା ପ୍ରଧାନ, ଉପସଭାପତି ଅଜିତ କୁମାର ଦାସ, ସଭ୍ୟ ଓ ସଭ୍ୟା ଶଙ୍କର ବେହେରା , ରବିନାରାୟଣ ପଣ୍ଡା, ଅଶାନ୍ତି ଗୌଡ଼ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ଶଙ୍କୁରୁ ଗ୍ରାମର ତେଜସ୍ୱିନୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବୁଗୁଡା ସହରର ବଳଦେବସ୍ୱାମୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ବୃନ୍ଦଙ୍କ ପାଇଁ ଦୁଇ ହଳ ଲେଖାଏଁ ପୋଷାକ ଯୋଗାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ