ବି.ଜି.ଡି. କଲେଜ ରେ ଗଣିତ ବିଭାଗର ଆଲୋଚନାଚକ୍ର

କୁଚିଣ୍ଡା, (ରିଙ୍କୁ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ କେଶାଇବାହାଲ ସ୍ଥିତ ବାସୁଦେବ ଗୋଦାବରୀ ଡିଗ୍ରୀ କଲେଜ କେଶାଇବାହାଲ ଠାରେ ଗଣିତ ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀ ଯୁକ୍ତ ହରେଶ କୁମାର ସାହୁଙ୍କ ସଭାପତିତ୍ୱରେ ଆୟେଜିତ ଏହି ଏକ ଦିବସୀୟ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଦୟାସାଗର ପ୍ରଧାନଙ୍କ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କୁଚିଣ୍ଡା ମହାବିଦ୍ୟାଳୟର ଗଣିତ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ କିରନ କୁମାର ମହାପାତ୍ର ଯୋଗ ଦେଇ ପାରସିଆଲ ଡିଫେରେନ୍ସିଆଲ ଇକ୍ଯୁସନ ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ଭୂମିକା ଓ ଗୁରୁତ୍ଵ ସମ୍ପର୍କରେ ବିସ୍ତାର ଭାବରେ ଆଲୋଚନା କରିଥିଲେ। ଅଧ୍ୟାପକ ମଳୟ ବୁଡା ଅତିଥି ପରିଚୟ ପ୍ରଦାନ କରିବା ସହିତ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏ ଆଲୋଚନା ଚକ୍ରରେ ଅଧ୍ୟକ୍ଷ ଦୟାସାଗର ପ୍ରଧାନ ଉପସ୍ଥିତ ରହି ନିଜର ବହୁମୂଲ୍ୟ ବକ୍ତବ୍ୟରେ ଗଣିତ ଏକ ବିଷୟ ନୂହେଁ ଏହା ଏକ ଶାସ୍ତ୍ରୀ ବୋଲି କରିଥିଲେ। ତୃତୀୟ ସେମିଷ୍ଟାର୍ ଛାତ୍ରୀ ଗତିକୃଷ୍ଣା ବାବୁ ପାରସିଆଲ ଡିଫେରେନ୍ସିଆଲ ଇକ୍ଯୁସନ ଏବଂ ଏହାର ଆପ୍ଲିକେସନ ବିଷୟରେ ଆଲୋଚନା କରିଥିଲେ । ଗଣିତ ବିଭାଗର ସମସ୍ତ ଛାତ୍ରଛତ୍ରୀ ମାନେ ଉପସ୍ଥିତ ରହି ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଶେଷରେ ଡେମୋନଷ୍ଟ୍ରେଟର ଆରତି ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ