ବୁଗୁଡା ଆଇଆଇସିଙ୍କୁ ସମ୍ବର୍ଦ୍ଧିତ କଲେ ବରିଷ୍ଠ ନାଗରିକ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପୋଲିସ ଥାନାର ନୂତନ ଆଇଆଇସି ସିତାଂଶୁ ଶେଖର ମାନ୍ଧାତାଙ୍କୁ ବୁଗୁଡାର ଶ୍ରୀ ବଳଦେବ ସ୍ୱାମୀ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନଭେମ୍ବର ୨୫ ତାରିଖ ଦିନ ସମ୍ବର୍ଦ୍ଧିତ କରାଯାଇଛି। ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସଭାପତି ଗଙ୍ଗାଧର ବିଷୋୟୀ, ସମ୍ପାଦକ ଟି. ସତ୍ୟନାରାୟଣ ପାତ୍ର, ରଘୁନାଥ ସାହୁ, ଅଭୟ ପ୍ରସାଦ ପାଣିଗ୍ରାହୀ, ଭିକାରୀ ଜେନା, ସାଧୁ ଚରଣ ବିଷୋୟୀ, ଭି. ରାଜେନ୍ଦ୍ର ରାଓ ଦୋରା, ଉଦୟ ନାଥ ଦଲବେହେରା, କାର୍ତ୍ତିକ ସ୍ୱାଇଁ ସମେତ ବହୁ ସଦସ୍ୟ ବୁଗୁଡା ପୋଲିସ ଥାନାକୁ ଯାଇ ଆଇଆଇସି ଶ୍ରୀ ମାନ୍ଧାତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।ସେହିପରି ନଭେମ୍ବର ୨୪ ତାରିଖ ଦିନ ବୁଗୁଡା ଏନଏସି ର ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ପୂର୍ବତନ କାଉନସିଲର ସୁଧାଂଶୁ ଶେଖର ପାଢ଼ୀ, ସମସ୍ତ କାଉନସିଲର ବୃନ୍ଦ ଓ ଏ.କରଡ଼ାବାଡ଼ି ସରପଞ୍ଚ ରିଙ୍କି ଦାସ ପ୍ରମୁଖ ଆଇଆଇସି ଶ୍ରୀ ମାନ୍ଧାତାଙ୍କୁ ଭେଟି ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ଏନଏସିର ବିଭିନ୍ନ ସମସ୍ୟା ବିଷୟରେ ଆଇଆଇସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ