ବୁଲା ବ୍ୟବସାୟୀଙ୍କ ଠାରୁ ଡକାୟତି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା ):ଗତ ୨୯.୧୨.୨୦୨୪ ତାରିଖ ରବିବାର ଦିନ ଉତ୍ତରପ୍ରଦେଶ ମୁରଦାବାଦର ବୁଲା ବ୍ୟବସାୟୀ ସମୀର ହୁସେନ ନିଜ ମଟର ସାଇକେଲରେ ଲୁଗା ବିକ୍ରି କରିବାକୁ ଭଞ୍ଜନଗର ଥାନା ଅନ୍ତର୍ଗତ ଗୋହିରିବାଡ଼ି ଗ୍ରାମରୁ ଗୁଣ୍ଡୁରିବାଡ଼ି ଆଡ଼କୁ ଯାଉଥିବା ବେଳେ ବାଉଁଶକଟା ଜଙ୍ଗଲ ରାସ୍ତା ନିକଟରେ 5 ଜଣ ଦୃର୍ବୁତ୍ତ ତାଙ୍କୁ ଅଟକାଇ ମୁଥ ଗୋଇଠା ମାରିବା ସହ ତା ଠାରୁ ମୋବାଇଲ 6 ହଜାର ଟଙ୍କା ଛଡ଼ାଇ ନେଇ ଗୋହିରିବାଡି ଆଡ଼କୁ ପଳାଇଥିଲେ। ଏହି ସମୟରେ ସମୀର ହୁସେନ ପାଟି କରି ପିଛା କରିଥିଲେ। ତା ପାଟି ଶୁଣି ସେହି ଗ୍ରାମ ଲୋକ ମାନେ ସେଥି ମଧ୍ୟରୁ 3 ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଦୃତଗତିରେ ପଳାଇଥିଲେ। ଦ୍ରୁତ ଗତିରେ ଯିବା ସମୟରେ ଏକ ହମ୍ପସ ନିକଟରେ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ତଳେ ପଡ଼ିଯାଇଥିଲି। ସେଠାରୁ ଜଣେ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଗ୍ରାମବାସୀ ଧରିବାରେ ସକ୍ଷମ ହୋଇଥିଲେ। ଏହି ଘଟଣାରେ ସମୀର ହୁସେନ ର ଲିଖିତ ଅଭିଯୋଗରେ କେସ ନମ୍ବର ୧୨୬୨/୨୦୨୪ ମାମଲା ରୁଜୁ କରି ସମୀର ନାୟକ(୨୨), ସମ୍ଭୁ ନାୟକ (୨୦) ଏବଂ ବିଷ୍ଣୁ ନାୟକ (୨୭) ସମସ୍ତଙ୍କ ବିଞ୍ଜଗିରି ଗ୍ରାମ। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ 3 ଟି ମଟରସାଇକେଲ ଓ ଦୁଇଟି ମୋବାଇଲ ଜବତ କରାଯାଇଛି।