ବେଆଇନ କରତ କଳ ଉପରେ ବନବିଭାଗର ଚଢାଉ
ନିମାପଡ଼ା,( ସନ୍ତୋଷ ଦାଶ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବନାଞ୍ଚଳ ଅଧିନସ୍ଥ କାକଟପୁର ମୋତି କଲ୍ୟାଣ ମଣ୍ଡପ ସାମ୍ନାରେ ଥିବା ବେଆଇନ କରତକଳ ଉପରେ ଆଜି ଅଚାନକ ଚଢାଉ କରିଥିଲା ବନବିଭାଗ ର ସ୍ଵତନ୍ତ୍ର ଦଳ। ଏହି ଚଢାଉ ରେ ପୁରୀ ଏ ସି ଏଫ ଅଶୋକ କୁମାର ବେହେରା, ବ୍ରହ୍ମଗିରି ବନାଞ୍ଚଳ ଅଧିକାରୀ ଚନ୍ଦ୍ରଶେଖର ସାହୁ, ଅସ୍ତରଙ୍ଗ ବନାଞ୍ଚଳ ଅଧିକାରିଣୀ ମୋନାଲିସା ମହାପାତ୍ର ଙ୍କ ସହ ବନବିଭାଗ ଓ ସ୍ଥାନୀୟ ପୋଲିସ ସାମିଲ ହୋଇଥିଲେ। ଗ୍ୟାସ କଟର ରେ କରତ କଳ ର ଯନ୍ତ୍ରାଂଶ ସବୁ କଟାଯାଇଥିଲା । କରତ କଳ ମଧ୍ୟରୁ ବହୁ ମୂଲ୍ୟବାନ କାଠ ଓ ପଟା ମଧ୍ୟ ଜବତ ହୋଇଥିଲା । ଏହାପରେ କଟକଣା,ଲତାହରଣ, ବାଲିସାହି, କୋରୁଆଳ ପାଞ୍ଚଣ ପ୍ରଭୃତି ସ୍ଥାନ ରେ ଥିବା ବେଆଇନ କରତ କଳ ଉପରେ ମଧ୍ୟ ଏହି ଟିମ ଚଢ଼ାଉ କରି ବିପୁଳ ପରିମାଣ ରେ ମୂଲ୍ୟବାନ କାଠ ଓ କରତ କଳ ଯନ୍ତ୍ରାଶ ଜବତ କରିଥିଲା।