ବେଆଇନ ବାଲି ଲୁଟ ନେଇ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ରାଜ୍ୟ ବିଜେପି ପ୍ରବକ୍ତା

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଓ କେନ୍ଦୁଝର ଜିଲା ସୀମାବର୍ତ୍ତୀ ବୈତରଣୀ ନଦୀ ଘାଟରୁ ଦୈନିକ ବେଆଇନ ବାଲି ଲୁଟ ହେଉଥିବା ନେଇ ରାଜ୍ୟ ବିଜେପି ପ୍ରବକ୍ତା ପତଞ୍ଜଳୀ କରଶର୍ମା ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି । ଏନେଇ ମାନ୍ୟବର ମନ୍ତ୍ରୀ ତତକ୍ଷଣାତ୍ ବିଭାଗୀୟ ପଦାଧିକାରୀଙ୍କୁ ଫୋନ୍ କରି ସଜାଗ କରାଇଥିଲେ । ପ୍ରକାଶ ଥାଉକି, କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧିନ ବିଭିନ୍ନ ବାଲିଘାଟରୁ ଓଭରଲୋଡିଂ ବାଲି ବୋଝେଇ ଟ୍ରକ୍ ଗୁଡିକ ପ୍ରଶାସନ ଓ ପୋଲିସ ଆଖିରେ ଧୂଳି ଦେଇ ଖୁଲମଖୁଲା ଭାବେ ଭଣ୍ଡାରିପୋଖରୀ ଓ ବନ୍ତ ବଜାର ଦେଇ ଚାଲୁଥିବାର ଦେଖାଯାଉଛି । ଜନଗହଳିପୂର୍ଣ୍ଣ ବଜାରରେ ସନ୍ଧ୍ୟା ସମୟରେ ବି ଓଭରଲୋଡିଂ ବାଲି ବୋଝେଇ ହାଇୱା ଗୁଡିକ ଚଳାଚଳ କରିବା ଦ୍ୱାରା ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ କରଶର୍ମା ମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ