ବେଙ୍ଗାଳୁରୁ ଠାରେ ଓଡିଶା ସୁପର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ହାଟଡିହି, (ବିକାଶ ବିଶ୍ୱାଳ):କର୍ଣ୍ଣାଟକ ରାଜ୍ୟରେ ହସକୋଟୋ ଷ୍ଟାଡିୟମ୍ ଠାରେ ସୁଦୂର ଓଡ଼ିଶାର କୋଣ ଅନୁକୋଣରେ ଆସିଥିବା ଓଡ଼ିଆ ଭାଈ ମାନଙ୍କ ମିଳିତ ଆନୁକୁଲ୍ୟରେ ଏକ ଓଡ଼ିଶା ସୁପର ଲିଗ୍ ସିଜନ୍ -୨ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ଗୋଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ଯାଜପୁର ସୁପର କିଙ୍ଗସ୍ ଜଗତସିଂପୁର ସୁପର କିଙ୍ଗସ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥଲା। ଯାଜପୁର ସୁପର କିଙ୍ଗସ୍ ଚମ୍ପିୟନ ହୋଇଥିବା ବେଳେ ଜଗତସିଂପୁର ସୁପର କିଙ୍ଗସ୍ ରନର୍ସଅପ ହେଇଥିଲା। ଫାଇନାଲରେ ବ୍ରଜ କିଶୋର ଜେନାଙ୍କୁ ବେଷ୍ଟ ବ୍ୟାଟ୍ସମ୍ୟାନ୍ ଭାବରେ ପୁରସ୍କୃତ କରାଯାଇ ଥିବାବେଳେ ,ବେଷ୍ଟ ବୋଲର ଭାବରେ ଶୁଭ୍ରଜିତ ରାଉତ ଓ ମ୍ୟାନ ଅଫ ଦ ସିରିଜ ଭାବରେ ରୁପେଶ କୁମାର ମହାପାତ୍ରଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ।ଏହି ମ୍ୟାଚରେ ଅମ୍ପୀୟାର ଭାବେ ସଞ୍ଜୀବ ନାୟକ ଓ ହୃଷିକେଶ ବିଶ୍ଵାଳ, ମାନସ ରାଉତ ଖେଳ ପରିଚାଳନା କରିଥିବା ବେଳେ ରାଜେନ୍ଦ୍ର ଜେନା ଧାରା ବିବରଣୀ ପ୍ରଦାନ କରିଥିଲେ । ଓଡ଼ିଶା ସୁପର ଲିଗର ଗୋପାଳ କୃଷ୍ଣ ବେଉରିଆ , ରାଜେନ୍ଦ୍ର ଜେନା, ନବକୃଷ୍ଣ ସାହୁ, ଶକ୍ତିକାନ୍ତ ରାଉତ, ସତିଶ କୁମାର ଦାସ, ବୃନ୍ଦାବନ ରାଉତ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ଟୁର୍ଣ୍ଣାମେଣ୍ଟର ମୁଖ୍ୟ କାର୍ଯ୍ୟକର୍ତ୍ତା ଲିଜା ଫେସିଲିଟି ସର୍ଭିସର ପ୍ରତିଷ୍ଠାତା ଶ୍ରୀ ସନ୍ତୋଷ କୁମାର ରାଉତ ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ସହଯୋଗ କରିଥିଲେ। ଉଦଘାଟନ ଉତ୍ସବ ରେ ଅତିଥି ଭାବେ ମହେଶ ଜେନା , ଶଙ୍କର୍ଶଣ ବିଶ୍ଵାଳ,ମା ତାରିଣୀ ଓଡ଼ିଆ ସେବା ଟ୍ରଷ୍ଟର ଅଧ୍ୟକ୍ଷ ଧନେଶ୍ଵର ମହାନ୍ତି ,ସର୍ବ ମା ମଙ୍ଗଳା କମିଟି,ରାଧାକୃଷ୍ଣ ଟ୍ରଷ୍ଟ ,କଳିଙ୍ଗ ଉତ୍କଳ ଆସୋସିଅସନ୍ ର ସମସ୍ତ କର୍ମକର୍ତ୍ତା ମାନେ ଅତିଥି ଭାବେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ