ବେଣିଆରେ ଶ୍ରୀମଦ୍ ଭାଗବତ କଥାମୃତ ଜ୍ଞାନଯଜ୍ଞ

ଆସିକା, (ୱାଇଏନ୍‍ଏସ୍‍):ଆସିକା ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମ ପଂଚାୟତର ବେଣିଆ ଗ୍ରାମ ସ୍ଥିତ କଲ୍ୟାଣ ମଣ୍ଡପ ନିକଟରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରୀମଦ୍ ଭାଗବତ କଥାମୃତ ଜ୍ଞାନଯଜ୍ଞ (ଶ୍ରୀମଦ୍‍ ଭାଗବତ ସପ୍ତାହ ମହୋତ୍ସବ) କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଜଣାପଡିଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବୃନ୍ଦାବନ ଇସ୍କନ ମନ୍ଦିରରୁ ଆସିଥିବା ଆଧ୍ୟାତ୍ମିକ ପ୍ରବଚକ ଶ୍ରୀମାନ୍‍ ମଥୁରାଧୀଶ ପ୍ରଭୁଜୀ (ବ୍ରଜବାସୀ) ଯୋଗଦେଇ ଅର୍ଶୀବଚନ ପ୍ରଦାନ କରୁଛନ୍ତି । ଶ୍ରୀମଦ୍ ଭାଗବତ କଥାମୃତ ଜ୍ଞାନଯଜ୍ଞ ତଥା ଏକ ସପ୍ତାହବ୍ୟପୀ ଶ୍ରୀମଦ୍‍ ଭାଗବତ ମହାପୁରାଣ କଥା କାର୍ଯ୍ୟକ୍ରମରେ ପ୍ରବଚକ ଶ୍ରୀମାନ୍‍ ମଥୁରାଧୀଶ ପ୍ରଭୁଜୀ ଯୋଗଦେଇ ଆଧ୍ୟାତ୍ମିକ ଚିନ୍ତାଧାରା ମାଧ୍ୟମରେ ମନୁଷ୍ୟ ସମାଜର ଉନ୍ନତି ସମ୍ଭବ ହୋଇଥିବା ବେଳେ ସାମାଜିକ ଜୀବନକୁ ସରସ, ସୁନ୍ଦର ଓ ସଦ୍‌ମାର୍ଗରେ ଗଢିତୋଳିବା ପାଇଁ ସତ୍‌ସଙ୍ଗର ଆବଶ୍ୟକତା ଜରୁରୀ ବୋଲି ମତବ୍ୟକ୍ତ କରି କଳିଯୁଗରେ କେବଳ କୃଷ୍ଣକଥା ଶ୍ରବଣ ଏବଂ ନାମ କୀର୍ତ୍ତନ ଏକମାତ୍ର ମୋକ୍ଷ ଓ ଆନନ୍ଦପ୍ରଦାୟକ ବୋଲି ପ୍ରକାଶ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବ୍ଳକ ଅନ୍ତର୍ଗତ ବରଗାଁ ଗ୍ରାମ ପଂଚାୟତର ବେଣିଆ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଅନୁଷ୍ଠିତ ହେଉଥିବା ଏହି ଶ୍ରୀମଦ୍‍ ଭାଗବତ ସପ୍ତାହ ମହୋତ୍ସବ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକପ୍ରେମୀ ବୁଦ୍ଧିରାମ ନାହାକ, ଗୋପୀନାଥ ଜେନା, ଲକ୍ଷ୍ମଣ କାମ୍ପ, ବନମାଳୀ କାମ୍ପ, ବୃନ୍ଦାବନ ପ୍ରଧାନ, ଅଜୟ ପ୍ରଧାନ, ବଳରାମ ନାହାକ, ଗୋପାଳକୃଷ୍ଣ ପରିଡା, ସୂର୍ଯ୍ୟ ପ୍ରଧାନ, କାହ୍ନୁ ସ୍ୱାଇଁ, ଶୁଭମ୍‍ ଜେନା, ଜଗନ କାମ୍ପ, ସାଜିନି କାମ୍ପ, ଭଗବତୀ ଜେନା, ନନ୍ଦିନୀ କାମ୍ପ, ଶାନ୍ତିଲତା ପ୍ରଧାନ, ସୁଶିଳା ଜେନା, ଝୁନୁ ଜେନା, ସୁଲତା ବାରିକ, ରଂଜୁ ସ୍ୱାଇଁ, ରୁନୁ ସ୍ୱାଇଁ, ଜିତେନ୍ଦ୍ର ପ୍ରଧାନ, ଜଗଦୀଶ କାମ୍ପ ପ୍ରମୁଖ ସହଯୋଗ କରୁଥିବା ବେଳେ ପ୍ରବକ୍ତା ଶ୍ରୀ ଶ୍ରୀମଦ୍ ଭକ୍ତିଗୌରଭ ମଥୁରାଧୀଶ ପ୍ରଭୁଜୀ ସ୍ୱାମୀ ମହାରାଜାଙ୍କ ମୁଖରୁ ଅର୍ଶୀବଚନ ଶ୍ରବଣ କରିବା ଲାଗି ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ଭକ୍ତଙ୍କ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଥିଲା । ବେଣିଆ ଗ୍ରାମରେ ବିଦ୍ୱାନ ପଣ୍ଡିତ ଶ୍ରୀ ଶ୍ରୀମଦ୍‍ ଭକ୍ତିଗୌରବ ମଥୁରାଧୀଶ ପ୍ରଭୁଜୀ (ବ୍ରଜବାସୀ) ସ୍ୱାମୀ ମହାରାଜ ପହଞ୍ଚିବା ପରେ ଶ୍ରଦ୍ଧାଳୁ ଭକ୍ତମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିବା ବେଳେ ସେଠାରେ ତାଙ୍କର ମୁଖନିସୃତ ନୀତିବାଣୀ ଶ୍ରବଣ କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିବା ହେଳେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନାମ କୀର୍ତ୍ତନ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ