ବୈକୁଣ୍ଠ ବାହୁଡା
ଶ୍ରୀମନ୍ଦିର ଗଲି
ଦର୍ଶନ କରିଲି
ଅବଢା ଖାଇ ଫେରିଲି,
ତୋ ଝଡା ତୁଳସୀ
ନିର୍ମାଲ୍ଯ ଆଣିଲି
ଗଣ୍ଠି ପକାଇ ରଖିଲି ।
ସେ ଗଣ୍ଠିକୁ ନିତି
ନିଜେ ଖୋଲୁଥିବି
ମୁଣ୍ଡରେ ମୁଣ୍ଡିଆ ମାରି,
ଗଣ୍ଠି ଖୋଲୁ ଖୋଲୁ
ବାସ ଚହଟିବ
ମନ ପ୍ରାଣ ଯିବ ଭରି ।
ସମୟ ଆସିବ
ଗଣ୍ଠି ଖୋଲିବାକୁ
ମୋ ହାତେ ଶକ୍ତି ନଥିବ,
ମୋ ବନ୍ଧୁ ବାନ୍ଧବ
ପ୍ରିୟ ପରିଜନ
ମିଶି ଗଣ୍ଠି ଖୋଲିଦେବ ।
ବେଗେ ଖୋଲିଦେବ
ଡେରି ନକରିବ
ପ୍ରାଣପକ୍ଷୀ ଯିବ ଉଡି,
ନିର୍ମାଲ୍ଯ ପାଣିରୁ
ତୁଣ୍ଡେ ଟୋପେ ଦେବ
ବୈକୁଣ୍ଠେ ଯିବି ବାହୁଡି ।
ଗଦାଧର ସାହୁ,କଙ୍କଡ଼ାଦ୍ଵୀପ
ବ୍ରହ୍ମଗିରି,ପୁରୀ