ବ୍ରଜ ଗୋପିକା ଧାମ ରେ ରକ୍ତ ଦାନ ଶିବିର
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ମଙ୍ଗଳ ବାର ଦିନ ସ୍ଥାନୀୟ ଖଜୁରଟିକ୍ରା ସ୍ଥିତ ଜଗତ ଗୁରୁ କୃପାଳୁ ଜୀ ମହାରାଜା ଓ ବ୍ରଜ ଗୋପିକା ସେବା ମିଶନର ପ୍ରତିଷ୍ଠାତ୍ରୀ ପୂଜନୀୟା ରାସେଶ୍ୱରୀ ଦେବୀ ଙ୍କ ତତ୍ତ୍ଵାବଧାନ ରେ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର ବୟାଳିଶ (୪୨) ଦିନରେ ବ୍ରଜ ଗୋପିକା ଧାମ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟ ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି !ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଓ ବ୍ରଜ ଗୋପିକା ଆଶ୍ରମ ର ମୂଖ୍ୟ ବିରଞ୍ଚି ସାହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ ।ଏହି ଶିବିର ରୁ ସର୍ବମୋଟ ୫୧ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇ ଥିଲା। ବରଗଡ଼ ସରକାରୀ ଡାକ୍ତର ଖାନା ର ଭେଷଜ ଡାକ୍ତର ଶ୍ରୀ ସୁଦୀପ୍ତ ରାଉତ ରକ୍ତ ସଂଗ୍ରହ କରିବା ସହ ସମସ୍ତ ସତସଙ୍ଗୀ ଓ ତାଙ୍କ ସମ୍ପର୍କୀୟ ମାନେ ଅତ୍ୟନ୍ତ ଉତ୍ସାହ ର ସହ ରକ୍ତ ଦାନ କରିଥିଲେ । ଏହି ଶିବିର କୁ ରବିନାରାୟଣ ସାହୁ, ମହାଦେବ ମେହେର, ପ୍ରଦୀପ ଶତପଥି, ନରସିଂହ ଚରଣ ପାଣିଗ୍ରାହୀ,ତିଆରାମ ଡ଼ନସନା, ବିନୋଦ ମହାରଣା, ସୌକିଲାଲ ତ୍ରୀପାଠୀ, ଦାମୋଦର ମିଶ୍ର, ଗୋପାଲ ପୋପ୍ତାନୀ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ବୀଣା ଶତପଥୀ,ରେଖା ମେହେର, ପୁଷ୍ପାଞ୍ଜଳି ମିଶ୍ର, ଆରତୀ ମହାମଲ୍ଲିକ, ମଞ୍ଜୁ ୱାଲା ସୁବୁଦ୍ଧି, ମନୋରଞ୍ଜନ ବଡପଣ୍ଡା, ରବିନ୍ଦ୍ର ଦେ, ଶ୍ରୀକାନ୍ତ କର, ରବୀନ୍ଦ୍ର ପଣ୍ଡାଙ୍କ ସମେତ ସମସ୍ତ ସତସଙ୍ଗୀ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ ।ସମସ୍ତ ରକ୍ତଦାତା,ଶୁଭେଛୁ ବିଶେଷ କରି ବ୍ରଜ ଗୋପିକା ଧାମ ର ସମସ୍ତ ସତସଙ୍ଗୀ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରାଯାଇଥିଲା ! ଭବିଷ୍ୟତରେ ଏହିପରି କାର୍ଯ୍ୟକ୍ରମ ପୁଣିଥରେ କରାଯିବ ବୋଲିି ବ୍ରଜଗୋପିକା ଧାମ ପକ୍ଷରୁ ଶ୍ରୀ ସାହୁ ପ୍ରକାଶ କରିଥିଲେ !