ବ୍ରହ୍ମପୁରରେ ମଶା ମରା ଦୁର୍ନିତି! ଜେଲ ଯିବ କିଏ : ପୀତବାସ ପଣ୍ଡା

ବ୍ରହ୍ମପୁର,(ଅନିଲ କୁମାର):ନିକଟରେ ଝାରସୁଗୁଡା ମୁନିସିପାଲିଟି ରେ ମଶା ମରା ତେଲ ୧୨୦ ଟଙ୍କା ରୁ ୨୦୦ ଟଙ୍କା ଭିତରେ ଫୁଜନ ଗ୍ରୁପ ପୌର ପରିଷଦକୁ ଯୋଗାଇଥିବା ବେଳେ ୪ଜଣ ପୌର କର୍ମଚାରୀ ଏହାକୁ ଲିଟର ପିଛା ୭୪୦ଟଙ୍କା ରେ କିଣିବାର ମିଥ୍ୟା ବିଲ କରି ଗତ ୧୩-୧୨-୨୦୨୪ ରେ ଭିଜିଲାନ୍ସ୍ ଦ୍ଵାରା ତଦନ୍ତର ଶିକାର ହେଇ ଗିରଫ ପରେ ଜେଲ ଯାଇଥିଲେ | ବ୍ରହ୍ମପୁର ମହାନଗର ନିଗମ ମଶା ମରା ତେଲ ଲିଟର ପିଛା କେତେ ଟଙ୍କାରେ କିଣୁଛି ବୋଲି ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବିଜେପି ନେତା ଶ୍ରୀ ପୀତବାସ ପଣ୍ଡା ସୂଚନା ଅଧିକାର ଆଇନ ଦ୍ୱାରା ଜାଣିବାକୁ ଚାହିଁଥିଲେ,ମିଳିଥିବା ତଥ୍ୟ ଅନୁଯାୟୀ ବ୍ରହ୍ମପୁର ମହାନଗର ନିଗମ ମଶା ମାରିବା ପାଇଁ ଲିଟର ପିଛା ୨୫୪୮ ଟଙ୍କାରେ ଅନ୍ନପୂର୍ଣ୍ଣା ଏଗ୍ରିକଲଚର ଏଜେନ୍ସି ଠାରୁ କିଣିଛନ୍ତି |ଅର୍ଥାତ ତେରଶହ ଭାଗ ଅଧିକ ଟଙ୍କା ଦେଇ ଏହି ମଶା ମରା ତେଲ କିଣାଯାଇଛି l ଖୋଲା ବଜାର ତଥା ବିଭିନ୍ନ କମ୍ପାନୀରେ ମଶା ମାରିବା ତେଲ ୧୨୦ ରୁ ୨୦୦ ଟଙ୍କା ମାଧ୍ୟରେ ମିଳୁଥିବା ବେଳେ, ମାତ୍ର ୭୪୦ ଟଙ୍କାରେ ମଶା ମାରା ତେଲ କିଣି ଝାରସୁଗୁଡାର ୪ ଜଣ ପୌର କର୍ମଚାରୀ ଜେଲ ଯାଇଛନ୍ତି ।
ଏପରି ସ୍ଥଳେ ବ୍ରହ୍ମପୁର ପୌର ପରିଷଦରେ ଘଟିଥିବା ଏହି ମହା ଦୁର୍ନିତିର ତଦନ୍ତ କରି ଯେଉଁ ମାନେ ଏହି ଘଟଣା ରେ ସମ୍ପୃକ୍ତ ଥିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଯଦି ଏହି ଘଟଣା ପୌର କର୍ତ୍ତୃପକ୍ଷ ନିରବ ରହିବେ ଆସନ୍ତା ପନ୍ଦର ଦିନ ପରେ ପୌର ପରିଷଦକୁ ଘେରାଉ କରାଯିବ ବୋଲି ଆଇନଜୀବୀ ତଥା ବିଜେପି ନେତା ଶ୍ରୀ ପୀତବାସ ପଣ୍ଡା ପ୍ରକାଶ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ