ବ୍ରହ୍ମପୁର ମହାନଗର ଓ ଏହାର ଆଖ ପାଖ ଆଞ୍ଚଳରେ ଧୁମ ଧାମରେ ଗଣେଶ ପୂଜା ଅନୁଷ୍ଠିତ
ବ୍ରହ୍ମପୁର, (ଭଗବାନ ପଣ୍ଡା ): ରେଶମ ନଗର ବ୍ରହ୍ମପୁର ସହରର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଓ ସହି ଗୁଡିକରେ ଶନିବାର ପ୍ରହତଃରୁ ବିଘ୍ନନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା ମହା ଆଡମ୍ବରରେ ଆରମ୍ବ ହୋଇଯାଇଛି, ହିଲପାଟଣା ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବିନାୟକ ମନ୍ଦିରରେ ବିନାୟକଙ୍କ ପୂଜା ପାଇଁ ମନ୍ଦିର କମିଟି ତରଫରୁ ବେପକ ପ୍ରସ୍ତୁତି କରାଯାଇଛି, ଶୁକ୍ରବାର ମଣ୍ଡଳ କରଣ କରାଯାଇଥିବାବେଳେ ଶନିବାରଦିନ ପ୍ରାତଃରୁ ମହାସ୍ନାନ ପରେ ମଙ୍ଗଳ ଆରତୀ କରାଯାଇଥିଲା, ମଧ୍ୟାହ୍ନରେ ପୁଷ୍ପାଞ୍ଜଳି ଅର୍ପଣ କରାଯିବା ପରେ ସନ୍ଧ୍ୟାରେ ଏକସହ ଆଠ ଆଳତି କରାଯାଇଛି, ସେହିପରି ଖଲିକୋଟ ଏକକ ବିଶ୍ଵବିଦ୍ୟାଳୟ, କନିଷ୍ଟ ମହାବିଦ୍ୟାଳୟ, ଶଶୀଭୁଷଣ ମହିଳା ମହାବିଦ୍ୟାଳୟ, ମହାମାୟୀ ମହାବିଦ୍ୟାଳୟ ସମେତ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ସମେତ ବିଭିନ୍ନ ସହି ଗୁଡିକରେ ସୁସଜିତ ତୋରଣ କରାଯିବା ସହ ପେଣ୍ଡାଲ ଗୁଡିକରେ ବିଦ୍ୟା ଦାତା ଭଗବାନ ଗଣେଶଙ୍କୁ ପୂଜା ଆରାଧନା କରାଯାଇଥିଲା, ବ୍ରହ୍ମପୁର ନିକଟସ୍ଥ ପ୍ରସିଦ୍ଧ ପଞ୍ଚମା ସିଦ୍ଧବିନାୟକ ମନ୍ଦିରରେ ବଡି ଭୋରରରୁ ଭକ୍ତଙ୍କ ସମାଗମ ଲାଗିରହିଥିଲା, ଏଠାରେ ମନ୍ଦିର କମିଟି, ପୁଲିସ ଏବଂ ପ୍ରଶାସନ ତରଫରୁ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ଵେବସ୍ତା ହୋଇହିଲା, ଚଳିତ ବର୍ଷ ଶାନ୍ତି ଶୁଙ୍ଖଳାର ସହ ଶ୍ରଦ୍ଧାଳୁ ମାନେ ପୂଜା କରୁଥିବା ଦେଖିବାକୁ ମିଳିଥିଲା.