ବ୍ଲକ୍ ସ୍ତରୀୟ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ
ରାଇକିଆ, (ପ୍ରଦୀପ ବେହେରା):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ରେ ମଙ୍ଗଳବାର ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ଗୋଷ୍ଠି ସାଧନ ଶିକ୍ଷକ କୃଷ୍ଣ ଚନ୍ଦ୍ର ପ୍ରଧାନ ଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ଛାତ୍ରି ଛାତ୍ର, ଶିକ୍ଷୟତ୍ରୀ, ଶିକ୍ଷକ ଙ୍କୁ ନେଇ ଅନୁଷ୍ଠିତ ରାଲି କାର୍ଯ୍ୟକ୍ରମ ରେ ଏବିଇଓ ସାରଥୀ କହଁର ଯୋଗ ଦେଇ ଦିବସ ପାଳନ ସଂପର୍କ ରେ ଛାତ୍ରୀ ଛାତ୍ର ଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ । ଦିବ୍ୟଙ୍ଗ ଛାତ୍ରୀ ଛାତ୍ର ଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଇଓ ହାଡ଼ିବନ୍ଧୁ ବେହେରା ଯୋଗ ଦେଇ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ । ଶିକ୍ଷକ ଦିବସ ପ୍ରଧାନ, ଖଗପତି ପ୍ରଧାନ, ବୈଦ୍ୟନାଥ ମହାପାତ୍ର ପରିଚାଳନା ରେ ସହଯୋଗ କରିଥିଲେ ।