ବ୍ଲକ ଜୀବିକା ମିଶନ ସଦସ୍ୟାଙ୍କ  ଆନ୍ଦୋଳନ 

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ନିଖିଳ ଓଡିଶା ଜୀବିକା ମିଶନ କାର୍ଯ୍ୟକାରୀ କମିଟି (ଇସି) ସଂଘ ର ଡାକରା କ୍ରମେ ଦିଗପହଣ୍ଡି ବ୍ଲକ ଶାଖା ପକ୍ଷରୁ ବିଭିନ୍ନ ଦାବି ପୂରଣ ନିମନ୍ତେ ଆନ୍ଦୋଳନ କୁ ଜୋରଦାର କରାଯାଇଛି। ସଂଘର ବିଭିନ୍ନ ଦାବି ହାସଲ ପାଇଁ  ସୋମବାର   ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓ ଡ଼.ଚିତ୍ତରଞ୍ଜନ ଦାସ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।ବ୍ଲକ ସ୍ତରରେ ଜୀବିକା ମିଶନ ର ନୂତନ କାର୍ଯ୍ୟକାରୀ କମିଟି ଗଠନ ନିର୍ଦ୍ଦେଶାନାମା କୁ ପ୍ରତ୍ୟାହାର ନେଇ ଦାବିପତ୍ର ରେ ଉଲ୍ଲେଖ ରହିଛି। ଦୀର୍ଘ  ୨୫ ବର୍ଷ ଧରି ଜୀବିକା ମିଶନ ଅଧିନରେ କାର୍ଯ୍ୟକରୁଥିବା ସଦସ୍ୟା ମାନଙ୍କ କାର୍ଯ୍ୟକାରୀ କମିଟି ପୁନର୍ଗଠନ ପାଇଁ ରାଜ୍ଯ ସରକାର ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ତାହାକୁ ସଂଘ ପକ୍ଷରୁ ଘୋର ବିରୋଧ କରାଯାଇଛି। ବ୍ଲକ ସଂଘ ସଭାନେତ୍ରୀ ସୁନିତା ପଲାଇଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ସଦସ୍ୟା  ୪ ଦଫା ଦାବି ପୂରଣ ନେଇ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଜୀବିକା ମିଶନ ଅଧିନରେ କାର୍ଯ୍ୟକରୁଥିବା ସମସ୍ତ ସଦସ୍ୟା ଙ୍କୁ  ସ୍ଥାୟୀ ନିଯୁକ୍ତି ଓ ସେମାନଙ୍କ ବକେୟା ଭତ୍ତା ପ୍ରଦାନ , କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ୫ ବର୍ଷିଆ ଚୁକ୍ତି ବାତିଲ କରାଯିବା , ସମସ୍ତ ସଦସ୍ୟା ଙ୍କୁ ମାସିକ ୧ ହଜାର ଟଙ୍କା ହାରରେ ମହିଳା ସଶକ୍ତିକରଣ ଭତ୍ତା ନିୟମିତ ପ୍ରଦାନ କରି ମହିଳାଙ୍କ ଜୀବିକା ଅର୍ଜନ କୁ ବଳବତ୍ତର କରିବା ନେଇ ସଂଘ ପକ୍ଷରୁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସଂଘ ର କାର୍ଯ୍ୟକର୍ତ୍ତା  ସ୍ବୟଂପ୍ରଭା ଦାସ , ଗାୟତ୍ରୀ ଜେନା , ଲକ୍ଷ୍ମୀ ରାଉତ , ବନିତା ବାଡତ୍ଯା , ପିଙ୍କି ପାତ୍ର , ସୁଦଷ୍ଣା ସ୍ବାଇଁ , ସଙ୍ଗୀତା ମହାଙ୍କୁଡ , ଗୀତା ଦୋରା , ବିଷ୍ଣୁପ୍ରିୟା ମହାରଣା , ନମିତା ପ୍ରଧାନ ସମେତ ବହୁ ସଂଖ୍ୟକ ସଦସ୍ୟା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ