ବ୍ଳକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନୁଷ୍ଠିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ,କଂଟୁଣିଆ ଠାରେ ବ୍ଳକସ୍ତରୀୟ ବିଜ୍ଞାନ ମେଳା ଓ ରାଷ୍ଟ୍ରୀୟ ଆବଷ୍କାର ଅଭିଯାନ ବିଦ୍ୟାଳୟ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ପାରାଦୀପ ପୋର୍ଟର ପୂର୍ବତନ ଟ୍ରଷ୍ଟି ତଥା ପୁରାତନ ଛାତ୍ର ସଂସଦ ସଭାପତି ପ୍ରତାପ କୁମାର ମିଶ୍ର, ମହନ୍ତ କୃଷ୍ଣଚନ୍ଦ୍ର ଦାସ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଆୟୋଜିତ ସଭାରେ ଅତିଥି ଭାବେ ଅଧ୍ୟକ୍ଷା ଲେଙ୍କା, ପୁରାତନ ଛାତ୍ର ସଂସଦ ସଭାପତି ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ଅବସରପ୍ରାପ୍ତ ଅଧ୍ୟକ୍ଷ ନଳିନୀକାନ୍ତ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ମହାନ୍ତି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର ସାହୁ ପ୍ରମୁକ ଯୋଗ ଦେଇ ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ହୋଇ ରହିଥିବା ବୈଜ୍ଞାନିକ କୌଶଳ ଗୁଡିକ ଏହି ମେଳା ମାଧ୍ୟମରେ ପ୍ରଦର୍ଶିତ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ପରେ ଅତିଥିମାନେ କୁନି ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିବା ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ । ଉଦ୍ଯାପନୀ ଉତ୍ସବରେ ବ୍ଳକ ଶିକ୍ଷାଧିକାରୀ ଶ୍ରୀ ପାଢୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ମୁଖ୍ୟବକ୍ତା ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହି ମେଳାରେ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ୬୭ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ସେଥିମଧ୍ୟରୁ ବଛାଳୋ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, କମଳଲୋଚନ ଉଚ୍ଚ ବିଦ୍ୟାଳୟ,ସୁଦୁକଣ୍ଠି, ଓଡିଶା ଆଦର୍ଶ ବିଦ୍ୟାଳୟ,ଦହିପାଳ, ଅଲଣାହାଟ ଉଚ୍ଚ ବିଦ୍ୟାଳୟ, ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟ, ଅଲଣାହାଟ ଉଚ୍ଚ ବିଦ୍ୟାଳୟ, କଂଟୁଣିଆ ଉଚ୍ଚ ବିଦ୍ୟାଳୟକୁ ନେଇ ସମୁଦାୟ ୭ଟି ପ୍ରକଳ୍ପ ଜିଲ୍ଲାସ୍ତରକୁ ମନୋନିତ କରାଯାଇଛି । ଉଦଘାଟନ ଉତ୍ସବରେ ଶିକ୍ଷକ ଅମୂଲ୍ୟ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ଶିକ୍ଷକ ସୁକାନ୍ତ କୁମାର ଲେଙ୍କା ମଂଚ ପରିଚାଳନା କରିଥିଲେ । ସିଆରସିସି ଅକ୍ଷୟ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ଯାପନୀ ଉତ୍ସବରେ ବିଜ୍ଞାନ ସଂଯୋଜନା ମଣ୍ଡଳୀର ସଭ୍ୟ ବସନ୍ତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ହିମାଂଶୁ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସିଆରସିସି ଅକ୍ଷୟ ରାଉତ ମଂଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟାପିକା ବିଜୟିନୀ ପଢିଆରୀ, ରମେଶ ଚନ୍ଦ୍ର ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ରାୟ ବିଚାରକ ଭାବେ ଦାୟିତ୍ୱରେ ରହିଥିଲେ । ବିଜ୍ଞାନ କ୍ଲବ ସଂଯୋଜନା କମିଟିର ସଂପାଦକ ସୁଧିର କୁମାର ବିଶ୍ୱାଳ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ବ୍ଲକସ୍ତରୀୟ ବିଜ୍ଞାନ ମେଳାକୁ ସରକାରୀ ଉଚ୍ଚ ବିଦ୍ୟାଳୟ, କଂଟୁଣିଆର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ଓ ସଂଯୋଜିକା, ନାଉଗାଁ ବ୍ଲକ ବିଜ୍ଞାନ କ୍ଲବର ସମସ୍ତ ସଭ୍ୟ ସଭ୍ୟା ଆଦି ପରିଚାଳନାରେ କରିଥିଲେ ।