ବ୍ଳକସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିବିର ଉଦଯାପିତ 

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବି. ତୁରୁବୁଡି ପଞ୍ଚାୟତ  ଝରିପଦର ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୁଇଦିନ ବ୍ଯାପି ଆୟୋଜିତ ହୋଇଥିବା ବ୍ଳକସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପ୍ରଶିକ୍ଷଣ ଶିବିର  ଉଦଯାପିତ ହୋଇଯାଇଛି । ଗଞ୍ଜାମ ଜିଲା ଖଲିକୋଟ ସ୍ଥିତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର  ପ୍ରଶିକ୍ଷିକା ନିବେଦିତା ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଶିକ୍ଷୟତ୍ରୀ ପି . ମାମାଲି , ମାନସୀ ସେଠୀ , ଶିକ୍ଷକ ଶରତଚନ୍ଦ୍ର ବଡ଼ ନାୟକ ମିଳିତ ଭାବେ ସଂଯୋଜନା କରିଥିଲେ । ବ୍ଲକ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ବାଳା ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ୨ ୟ ଶ୍ରେଣୀରେ ଅଧ୍ୟୟନରତ ୨୩ ଜଣ  ଛାତ୍ରୀଛାତ୍ର ଙ୍କ ସଂଖ୍ୟାଜ୍ଞାନ ନିପୁଣତା ସମ୍ପର୍କରେ  ବାର୍ଷିକ ଆକଳନ  କରାଯାଇଥିଲା । ବିଦ୍ୟାଳୟ ପ୍ରଧାନଶିକ୍ଷକ ଗିରିଧାରୀ ପାତ୍ର , ଏଫଏଲଏନ ଶିକ୍ଷକ ଜି . ନିଳାଞ୍ଚଳ ରେଡ୍ଡୀ ,  ସିଆରସିସି ମେନସନ୍ ପ୍ରଧାନ ଙ୍କ ସମେତ ସମସ୍ତ  ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ  ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ  କରିଥିଲେ । ପରିଶେଷରେ ସହକାରୀ ଶିକ୍ଷକ ବିଭୀଷଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ