ବ୍ୟାଙ୍କ ପରିଭ୍ରମଣ କରି ବିଭିନ୍ନ ବିଷୟରେ ଜ୍ଞାନ ଅହରଣ କଲେ ୟୁରୋ ସ୍କୁଲ ର ବିଦ୍ୟାର୍ଥୀ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ପିଲାଙ୍କ ପାଠପଢ଼ା ସହିତ ବୈଷୟିକ ଜ୍ଞାନ ଏବଂ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ସେବା ବିଷୟରେ ଜ୍ଞାନ ଆହୋରଣ କରିବା ନିତାନ୍ତ ଆବଶ୍ୟକ l ବିଶେଷ କରି ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସେବା, ବ୍ୟାଙ୍କ ରୁ ଟଙ୍କା ଉଠାଣ ଓ ଟଙ୍କା ଜମା କରିବାର ପ୍ରକ୍ରିୟା ଆଦି ବିଷୟରେ ଜ୍ଞାନ ଆହୋରଣ କରିବା ଲକ୍ଷ୍ୟ ନେଇ ଅନ୍ତର୍ଜାତୀୟ ମାର୍କା ଛତ୍ରପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲ ର ମୁଖ୍ୟ ରଞ୍ଜନ ମହାପାତ୍ର ଙ୍କ ନିର୍ଦେଶ କ୍ରମେ ପ୍ରିନସିପାଲ ତପସ୍ୱିନୀ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସ୍କୁଲ ର ୭ମ ଶ୍ରେଣୀ ବିଦ୍ୟାର୍ଥୀ ମାନେ ଛତ୍ରପୁର ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ର ମୁଖ୍ୟ ଶାଖା କୁ ପରିଦର୍ଶନ କରି ବିଭିନ୍ନ ସେବା ବିଷୟରେ ଜ୍ଞାନ ଆହୋରଣ କରିଥିଲେ, ଏହି ଅବସର ରେ ଶାଖାର ମୁଖ୍ୟ ପରିଚାଳକ ନଳିନୀ ରଞ୍ଜନ ସାହୁ ବିଦ୍ୟାର୍ଥୀ ଙ୍କୁ ବିଭିନ୍ନ ବିଷୟରେ ସମ୍ୟକ ଧାରଣା ଦେଇଥିବା ବେଳେ ଲୋକଙ୍କୁ ବ୍ୟାଙ୍କ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ସେବା ବିଷୟରେ ବୁଝାଇଥିଲେ l ଏହା ସହ ଗ୍ରାହକ ମାନଙ୍କ ଅଧିକାର ଓ ବ୍ୟାଙ୍କ କର୍ମଚାରୀ ମାନଙ୍କ କାର୍ଯ୍ୟ ଶୈଳୀ ବିଷୟରେ ମଧ୍ୟ ବିସ୍ତୃତ ଭାବେ ସୂଚନା ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ