ଭଂଜପୁର ଜଗଦ୍ଧାତ୍ରୀମେଳାର ତୃତୀୟ ସନ୍ଧ୍ୟା ସାଇ ଭଜନ ଓ ଝୁମର
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର) : ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ମେଳା ପଡିଆରେ ଅନୁଷ୍ଠିତ ଜଗଦ୍ଧାତ୍ରୀ ମେଳାର ତୃତୀୟ ସନ୍ଧ୍ୟାରେ ସାଇ ଶ୍ରଦ୍ଧା ଅନୁଷ୍ଠାନ ପରିବେଷଣ କରିଥିଲେ ସାଇ ବାବାଙ୍କ ଭଜନ I କଣ୍ଠଶିଳ୍ପୀ ମାନେ ହେଲେ ସତ୍ୟବ୍ରତ ଜେନା, ବସନ୍ତ କୁମାର ସିଂହ, ଶ୍ରଦ୍ଧା ସ୍ମୃତି ଦାସ, ପାଲିନା ସରଘରିଆ, ଚନ୍ଦନ ଭଞ୍ଜଦେଓ ଓ ବାଦ୍ୟ ଯନ୍ତ୍ରରେ ସହାୟତା କରିଥିଲେ ବିଭୁତି ଭୂଷଣ ବେହେରା, ସତ୍ୟ ରାମ, ବସନ୍ତ ମୁଖି ଓ କାହ୍ନୁ ଦା I ଶିବ ନାରାୟଣ ମିଶ୍ର ମଞ୍ଚ ପରିଚାଳନା କରିଥିଲେ I ପରେ ପରେ ତୁଳସୀଚୌରା ସ୍ଥିତ ଶିଶୁ ବିକାଶ ବିଦ୍ୟା ମନ୍ଦିରର କୁନିକୁନି କଳାକାର ମାନେ ପରିବେଷଣ କରିଥିଲେ ଆକର୍ଷଣୀୟ କାର୍ଯ୍ୟକ୍ରମ I ଶେଷରେ ମୟୁରଭଞ୍ଜ ଝୁମର ମେଲୋଡିର ମିସ ଲିଲି, କୁମାର ବୁଲୁ ଓ ମମତା ରାଣୀଙ୍କ ଝୁମର ଗୀତରେ ତଥା ଝୁମର ବାଦ୍ୟରେ ଝୁମିଲେ ଦର୍ଶକ I ଦିଲ୍ଲୀପ କୁମାର ମହାନ୍ତ ମଞ୍ଚ ପରିଚାଳନା କରିଥିଲେ I ସୋମନାଥ ସିଂହ ଓ ଆଲୋକ ବାରିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ I ଆସନ୍ତା କାଲି କୋରସ ଏକାଡେମୀ, କରଞ୍ଜିଆ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟ, ସାଇ ଶିକ୍ଷା କେନ୍ଦ୍ର ପରିବେଷଣ କରିବେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଶେଷରେ ଓଡିଶା ମୁଣ୍ଡା ସ୍ଟୁଡେଣ୍ଟସ ଏସୋସିଏସନ ତାଙ୍କର କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ସାଂସ୍କୃତିକ ସମ୍ପାଦକ ମାନସ ମହାନ୍ତି ଓ ପ୍ରିତମ ପଣ୍ଡା ଜଣାଇଛନ୍ତି I