ଭଏସ୍ ଫର୍ ଭଏସ୍ ଲେସ୍ ତରଫରୁ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳନ
କଟକ, (ଯୁଗାବ୍ଦ ନ୍ୟୁଜ):ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଭଏସ୍ ଫର୍ ଭଏସ୍ ଲେସ୍ ତରଫରୁ ଆଜି କଟକ ନିଳାଦ୍ରୀ ବିହାର ସ୍ଥିତ କାର୍ଯ୍ୟାଳୟଠାରେ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଟ ସମାଜସେବୀ ବିଜୟ କୁମାର ସାମଲ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସନ୍ତୋଷ ୍କୁମାର ପାଲ, ବିଦ୍ୟାଧର ବେହେରା, ବିଘ୍ନେଶ୍ୱରୀ ବେହେରା, ଆଦ୍ୟାଶା ପ୍ରିୟଦର୍ଶିନୀ, ସୁଭମ ବେହେରା, ଶୁଭଦିପ ପଟ୍ଟନୟକ, ସତ୍ୟଜିତ ବାରିକ, ବାଦଲ ବେହେରା, ପ୍ରିୟରଂଜନ ବେହେରା ଯୋଗଦାନ କରିଥିଲେ ।ସର୍ବଶେଷରେ ସଂପାଦକ ଡ. ବିଭୂଦତ୍ତ ଖଣ୍ଡାୟତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।