ଭଞ୍ଜନଗର ପ୍ରେସ କ୍ଲବ ଠାରେ ଗଣେଶ ପୂଜା ପାଳନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଅଗ୍ରପୂଜ୍ୟ ବିଘ୍ନ ବିନାଶକ ଗଣପତିଙ୍କ ପୂଜା ଭଞ୍ଜନଗରର ସର୍ଵ ପୁରାତନ ସମ୍ବାଦିକ ସଂଘ ତଥା ପ୍ରେସ କ୍ଲବ ଠାରେ ଧୁମ ଧାମରେ ପାଳନ ହୋଇଛି। ପ୍ରେସ କ୍ଳବ କ୍ଲବ ସଦସ୍ୟଙ୍କ ଆପ୍ରାଣ ଚେଷ୍ଟା ଓ ସହଯୋଗରେ ଗଣେଶ ପୂଜା କରାଯାଇଥିଲା। ଏହି ପୂଜାକୁ ବରିଷ୍ଠ ସମ୍ବାଦିକ ଲୋକନାଥ କର ମନ୍ତ୍ର ଜନ୍ତ୍ର ଓ ହୋମ ଦ୍ୱାରା ଭଗବାନ ଶ୍ରୀ ଗଣେଶକୁ ଆବାହନ କରିଥିଲେ ଓ ଯୁବ ସାମ୍ବାଦିକ ପୁରୁଷୋତ୍ତମ ମହାପାତ୍ର ପୌରହିତ୍ୟି କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କବି ସମ୍ରାଟ ମିଡ଼ିଆ କ୍ଲବ ସଭପତି ପ୍ରଦୀପ ସ୍ୱାଇଁ, ସମ୍ପାଦକ ଚିନ୍ମୟ ବେବର୍ତା ସହ ଉତ୍କଳ ସମ୍ବାଦିକ ସଙ୍ଘ ସଭାପତି ଅମରେନ୍ଦ୍ର ପଟ୍ଟନାୟକ ଓ ବହୁ ବରିଷ୍ଠ ତଥା ଯୁବ ସମ୍ବାଦିକ ପୂଜାରେ ଅନୁଷ୍ଠିତ ଯଜ୍ଞରେ ଘୃତ ଆହୁତି ଦେଇ ଥିଲେ।ଏହା ବ୍ୟତୀତ ବରିଷ୍ଠ ସାମ୍ବାଦିକ ସୁଶାନ୍ତ ସାହୁ, ନଚିକେତା ପ୍ରଧାନ, ନିଲୁ ବିଶୋଇ, ମନୋଜ ଗୌଡ଼, ରଞ୍ଜିତ ଜେନା, ବିଶ୍ବମ୍ବର ଜେନା, ସନ୍ତୋଷ ଜେନା, ରାଜେସ ପଣ୍ଡା, ଧନଞ୍ଜୟ ପଟ୍ଟନାୟକ, ଲୋକନାଥ ମହାନ୍ତି, ନବ ବିଶୋଇ,ସୁନିଲ ଗୌଡ଼, ସୁଶାନ୍ତ ନାୟକ, ଶିବ ଶଙ୍କର ପ୍ରଧାନ, ଆଶିଷ ଗୌଡ଼, ରଞ୍ଜନ ବେହେରା,ବିରେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ।ଦୀର୍ଘ ଦିନ ହେଲା ଭଞ୍ଜନଗର ପ୍ରେସ କ୍ଲବ ଠାରେ ଗଣେଶଙ୍କ ପୂଜା ହୋଇନଥିଲା କିନ୍ତୁ କିଛି ଯୁବ ସାମ୍ବାଦିକଙ୍କ ଚେଷ୍ଟା ଯୋଗୁଁ ପୁଣି ପୂଜା ଆୟୋଜନ ହୋଇଥିବା ଯୋଗୁଁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ।ଆଗାମୀ ଦିନରେ ସମ୍ବାଦିକ ମାନେ କିପରି ନିଜର କର୍ତ୍ତବ୍ୟ ଠିକରେ କରିବା ସହ କିପରି ସମସ୍ତେ ଏକ ମନ ହୋଇ ଚାଲିବେ ସେଥିପାଇଁ ଗଜାନନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ସେହିପରି ଭଞ୍ଜନଗର ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ, ଶିକ୍ଷା ଅନୁଷ୍ଠାନ, ସାହିଗଳିରେ ତଥା ବିଭିନ୍ନ ସ୍ଥାନରେ ମହା ଆଡମ୍ବରରେ ବିଘ୍ନନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା ଅର୍ଚନା ପେଣ୍ଡାଲ ଗୁଡ଼ାକରେ ହୋଇଥିବା ଦେଖିବାକୁ ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ