ଭଞ୍ଜନଗର ରେ ୨୧ କୁଣ୍ଡୀୟ ବିଶ୍ୱ ଶାନ୍ତି ମହାଯଜ୍ଞ ଆରମ୍ଭ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ପବିତ୍ର ଅଙ୍କୁରରୋପଣ କାର୍ଯ୍ୟ ସହ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ୨୧ ବିଶ୍ୱ ଶାନ୍ତି ମହାଯଜ୍ଞ। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୫୦ରୁ ଉର୍ଦ୍ଧ ବ୍ରାହ୍ମଣ ପଣ୍ଡିତ ମାନେ ମନ୍ତ୍ର ଧ୍ବନିରେ ନିୟନ୍ତ୍ରିତ ବଜାର କମିଟି ପରିସର ପ୍ରକମ୍ପିତ ହୋଇଥିବା ବେଳେ ପବିତ୍ର ଅଙ୍କୁରରୋପଣ କାର୍ଯ୍ୟ ସଂପନ୍ନ ହୋଇଛି। ପଣ୍ଡିତ ଜୟ କୃଷ୍ଣ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହା ଆରମ୍ଭ ହୋଇଥିଲା। ଶୁକ୍ରବାର ବିରାଟ କଳସ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏଥି ପାଇଁ ଲୋହରା ଖଣ୍ଡି ନଦୀକୂଳରେ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଥିଲା | କୀର୍ତ୍ତନ ,ବାଜାବାଜଣା , ବାଣପଟୁଆର ସହିତ ହଜାର ହଜାର ମହିଳା ଓ ପୁରୁଷ ଭକ୍ତ ଏହି ବିରାଟ କଳସ ଶୋଭାଯାତ୍ରାରେ ସାମିଲ ହୋଇ ଭଞ୍ଜନଗର ସହର ପରିକ୍ରମା କରିଥିଲେ | ଏହା ପରେ କଳସ ସ୍ଥାପନ ଓ ମୂର୍ତ୍ତି ସ୍ଥାପନ ଇତ୍ୟାଦି କାର୍ଯ୍ୟକ୍ରମ ସାଧୁ ସନ୍ଥ ମାନଙ୍କ ଦ୍ୱାରା କରାଯିବା ସହିତ ଯଜ୍ଞ ମଣ୍ଡପରେ ବିଶ୍ୱଶାନ୍ତି ମହାଯଜ୍ଞ ର ଶୁଭାରମ୍ଭ ହୋଇଯାଇଛି | ଭଞ୍ଜନଗର ହନୁମାନ ସଂଘ ପକ୍ଷରୁ ଆୟୋଜିତ ଏହି ବିଶ୍ୱ ଶାନ୍ତି ମହାଯଜ୍ଞ ଲାଗି ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନିଜର ସମସ୍ତ ସମୟ ଦେଇ ସୁରୁଖୁରୁରେ ସମ୍ପାଦନ ଲାଗି ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ମଠ ମହନ୍ତଙ୍କ ସହ ବହୁ ସାଧୁ ସନ୍ଥ ଏଠାକୁ ଆସି ଆଜିର ବିରାଟ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ | ପୂର୍ବରୁ ସହରର ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ଯଜ୍ଞ କାର୍ଯ୍ୟ ତ୍ୱରାନ୍ୱିତକରାଯାଇଛି। ଆଗକୁ ଏଠାରେ ଦୈନିକ ହଜାର ହଜାର ଲୋକ ରୁଣ୍ଡ ହେବାକୁ ଆଖି ଆଗରେ ରଖି ଶାନ୍ତି ଶୃଙ୍ଖଳା ଯେପରି ବ୍ୟାହତ ନହେବ ତାକୁ ନେଇ ପୋଲିସ ପ୍ରଶାସନ ମଧ୍ୟ ସଜାଗ ରହିଥିବା ଏସଡିପିଓ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।