ଭଞ୍ଜସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ନଦୀ ଗୁଡିକର ପୁନଃରୁଦ୍ଧାର ସହ ଭୁତଳ ଏବଂ ମୃତ୍ତିକା ସଂରକ୍ଷଣ ବାବଦରେ ପଦକ୍ଷେପ ନେବା
ବାରିପଦା,(ମୁରାରୀ ମୋହନ ମହାପାତ୍ର):ପୂର୍ବେ ଶିମିଳିପାଳରୁ ବାହାରିଥିବା ଜଳଧାରଣା କ୍ଷମତା ସଂମ୍ପନ୍ନ ଚିରସ୍ରୋତା ନଦୀ ଗୁଡିକର ପୁନଃରୁଦ୍ଧାର ପାଇଁ କୌଣସି ଠୋସ ପଦକ୍ଷେପ ନନେବା ଦ୍ୱାରା ଏବେ ସେଗୁଡିକ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ପହଞ୍ଚିଲେଣି. ଯଦ୍ୱାରା ପରିବେଶର ସନ୍ତୁଳନ ବିଗିଡ଼ିବାରେ ଲାଗିଛି. ଏହା ସହିତ ପରିବେଶକୁ ସନ୍ତୁଳିତ ରଖିବା ତଥା ମାନବସମାଜକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷାକରିବା ପାଇଁ ବର୍ଷାଜଳ ସଂରକ୍ଷଣ, ଭୁତଳ ଜଳସ୍ତର ବୃଦ୍ଧି ଓ ମୃତିକାକ୍ଷୟ ନିୟନ୍ତ୍ରଣ ଲାଗି ଓମ୍ବାଡ଼ସି ପକ୍ଷରୁ ମୟୁରଭଞ୍ଜକୁ ବହୁ ଆର୍ଥିକ ଅନୁଦାନ ଆସୁଛି. ମାତ୍ର ଦାଇତ୍ୱରେ ଥିବା ମୟୁରଭଞ୍ଜ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଜଳ ବିଭାଜିକା ତଥା ଉପନିର୍ଦେଶକ ମୃତିକା ସଂରକ୍ଷଣ କାର୍ଯ୍ୟାଳୟର ବେପରୁଆ କାର୍ଯ୍ୟ ପାଇଁ ପ୍ରକଳ୍ପ ଗୁଡିକ ଲକ୍ଷ୍ୟ ହାସଲ କରିପାରୁନଥିବା ଅଭିଯୋଗ ଆଣି ଆଜି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ନଦୀ ଗୁଡିକର ପୁନଃରୁଦ୍ଧାର ଏବଂ ଭୁତଳ ଜଳ ଏବଂ ମୃତ୍ତିକା ସଂରକ୍ଷଣ ବାବଦରେ ଠୋସ ପଦକ୍ଷେପ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ