ଭତ୍ତା ଟଙ୍କା ପାଇଁ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)ଭତ୍ତା ଟଙ୍କା ବ୍ଯାଙ୍କରୁ ଉଠାଇବା ଏବଂ ଅନଲାଇନ ଦେଣନେଣରେ ଅଜ୍ଞତା ଯୋଗୁଁ ଟଙ୍କା ପାଇବା କ୍ଷେତ୍ରରେ ଦେଖା ଦେଇଥିବା ସମସ୍ୟାକୁ ଦୂର କରିବା ପାଇଁ ସମସ୍ତ ଯୋଗ୍ୟ ବରିଷ୍ଠ ହିତାଧିକାରୀଙ୍କ ନିକଟରେ ଭତ୍ତା  ଟଙ୍କା ନଗଦ ଆକାରରେ ପହଞ୍ଚାଇବା ପାଇଁ   ଦିଗପହଣ୍ଡି ଏନ୍ଏସି ୧୧ ନଂ ଓ୍ବାର୍ଡ କାଉନସିଲର ପ୍ରତିନିଧି ରମେଶ ଚନ୍ଦ୍ର ଜେନା ରାଜ୍ୟ ମୂଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ଦିଗପହଣ୍ଡି ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କର୍ଣ୍ଣଙ୍କ ମାଧ୍ୟମରେ ପ୍ରଦତ୍ତ ଏହି ସ୍ମାରକପତ୍ରରେ ସମସ୍ତ ବରିଷ୍ଠ ନାଗରିକଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯିବାକୁ ନିବେଦନ କରାଯାଇଛି।ସ୍ମାରକପତ୍ରକୁ ମୂଖ୍ଯମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି। 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ