ଭାଗବତ ଜନ୍ମ ପାଳିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ଆଜି ଭାଗବତ ଜନ୍ମ ପାଳିତ ହୋଇଯାଇଛି। ବ୍ଲକର ସରସଦା ଭାଗବତ ଟୁଙ୍ଗି ଠାରେ ଆଜି ପ୍ରତ୍ୟୁଷରୁ ବୈଦିକ ବିଧି ଅନୁଯାୟୀ ଉତ୍ସବ ଆୟୋଜନ ହୋଇଥିଲା। ପ୍ରଥମେ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ପରେ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁ ମାନେ ଭାଗବତ ପାଠ କରିଥିଲେ। ଏଥିରେ ସରସଦା ସମେତ କୁରିକଣା, ନେନ୍ତିପୁର, ଉତ୍ତରାଗଡ଼ିଆ, ତୁଳସୀପୁର ପ୍ରମୁଖ ଗ୍ରାମର ଭଗବତ ପିପାସୁ ଭକ୍ତ ମାନେ ଯୋଗଦେଇଥିଲେ। ସେହିଭଳି ନିର୍ଗୁଣ୍ଡି ପଞ୍ଚାୟତ ଗୁହାଳିଆ ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଉଦ୍ଧବ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ପବିତ୍ର ଭାଗବତ ଜନ୍ମ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗ୍ରାମର ଆବାଳ ବୃଦ୍ଧ ବନିତା ଯୋଗଦେଇ ଭାଗବତ ଶ୍ରବଣ କରିଥିଲେ। ଅନୁରୂପ ଭାବେ ରାଜେନ୍ଦ୍ରପୁର ଜଗନ୍ନାଥ ମନ୍ଦିର ଠାରେ ଭାଗବତ ଜନ୍ମ ପାଳିତ ହୋଇଥିବା ବେଳେ ବୟା, ହାଟଡ଼ିହି, ରାଢୋ, ମଞ୍ଜୁରୀ ବଳଦେବଜୀଉ ପୀଠ ଠାରେ ମଧ୍ୟ ଭାଗବତ ଜନ୍ମ ପାଳିତ ହୋଇଯାଇଛି।