ଭାତକରୁଆ ଠାରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଅକରୁଆ ପଞ୍ଚାୟତ ଭାତକରୁଆ ଗୋଷ୍ଠୀ ଶିକ୍ଷା ସାଧନା କେନ୍ଦ୍ରରେ ଆସ୍ପାୟାର ପକ୍ଷରୁ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳିତ ହୋଇ ଯାଇଛି l ଗୋଷ୍ଠୀ ସଂଚାଳକ ଅମ୍ଳାନ କୁମାର କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାତକରୁଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟମ୍ବଦା ଖୁଣ୍ଟିଆ, ସହକାରୀ ଶିକ୍ଷକ ଅକ୍ଷୟ କୁମାର ଖଟୁଆ ପ୍ରମୁଖ ଯୋଗଦେଇ ମାନବାଧିକାର ସମ୍ବନ୍ଧରେ ନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନେକ ଯୁବକ, ମହିଳା ଏବଂ ଗ୍ରାମର ବହୁ ବିଶିଷ୍ଟବ୍ୟକ୍ତି ମାନେ ଯୋଗଦେଇଥିଲେ l ଆସ୍ପାୟାର କର୍ମୀ ରୁଦ୍ରନାରାୟଣ ଜେନା, ପ୍ରଶାନ୍ତ ଦାସ, ଅନିଲ କୁମାର ଓଝା, ଲିପିନା ଖୁଣ୍ଟିଆ, ଦୀପିସ୍ମିତା ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ