ଭାରତରେ ସଂକ୍ରମଣ ମାମଲା କମ୍
ନୂଆଦିଲ୍ଲୀ: ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଭାରତରେ ସଂକ୍ରମଣ ମାମଲା ସମଗ୍ର ବିଶ୍ୱରେ ସବୁଠୁ କମ୍ ରହିଛି । ଏହା ଦ୍ୱାରା ଭାରତରେ ଆରୋଗ୍ୟ ହାର ଓ ସକ୍ରିୟ ମାମଲା ମଧ୍ୟରେ ବହୁତ ପାର୍ଥକ୍ୟ ରହୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଡବ୍ଲ୍ୟୁଏଚଓ ପକ୍ଷରୁ ଦିଆଯାଇଥିବା ଗତ ରବିବାରର ରିପୋର୍ଟକୁ ଆଧାର କରି ଏହା କୁହାଯାଇଛି । ଭାରତରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ମାମଲା ୩୦.୦୪ ରହୁଛି ଅନ୍ୟ ପକ୍ଷେ ବୈଶ୍ୱିକ ହାରାହାରି ଏହା ୧୧୪.୬୭ ରୁ ଅଧିକ ରହୁଛି । ଭାରତର ମାମଲାଠାରୁ ଏହା ପ୍ରାୟ ୩ ଗୁଣା ଅଧିକ । ତଥ୍ୟ ଅନୁଯାୟୀ ଆମେରିକାରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୬୭୧.୨୪ ମାମଲା ରହୁଥିବା ବେଳେ ଜର୍ମାନୀ, ସ୍ପେନ ଏବଂ ବ୍ରାଜିଲରେ ଏହା ଯଥାକ୍ରମେ ୫୮୩.୮୮, ୫୨୬.୨୨ ଏବଂ ୪୮୯.୪୨ ରହିଛି ।