ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଛତ୍ରପୁର ନିର୍ବାଚନ ମଣ୍ଡଳୀର କାର୍ଯ୍ୟକାରୀ କମିଟି ବୈଠକ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଛତ୍ରପୁର ନିର୍ବାଚନ ମଣ୍ଡଳୀ ର କାର୍ଯ୍ୟକାରୀ କମିଟି ବୈଠକ କୃଷକ ନେତା ରାଜୀବ ଲୋଚନ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ସଂଗ୍ରାମୀ ନେତା, ପୂର୍ବତନ ବିଧାୟକ ତଥା ରାଜ୍ୟ ନେତା ଏନ. ନାରାୟଣ ରେଡ୍ଡୀ ଯୋଗ ଦେଇ ପାର୍ଟିର ଶତ ବାର୍ଷିକୀ ଉତ୍ସବ ଏବଂ ଜାତୀୟ ରାଜନୈତିକ ଅବସ୍ଥା ନେଇ ଆଲୋଚନା କରିଥିଲେ, ଏହା ସହିତ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଜନ ମାରଣା ନୀତି କୁ କଡା ସମାଲୋଚନା କରିଥିଲେ, ଆସନ୍ତା ଡିସେମ୍ବର ୨୬ ଠାରୁ ୨୦୨୫ ଡିସେମ୍ବର ୨୬ ଏକ ବର୍ଷ ଧରି ପାଳନ କରାଯିବା ପାଇଁ କାର୍ଯ୍ୟକ୍ରମ ନିଷ୍ପତ୍ତି ନିଆଯାଇଛି, ଶାଖା ସମ୍ମିଳନୀ, ଆଞ୍ଚଳିକ ସମ୍ମିଳନୀ, ଜିଲ୍ଲା ସମ୍ମିଳନୀ, ରାଜ୍ୟ ସମ୍ମିଳନୀ ସହ ସର୍ବ ଭାରତୀୟ ସମ୍ମିଳନୀ ଖମମ ମଧ୍ୟ ରେ ଏକ ବର୍ଷର କାର୍ଯ୍ୟକ୍ରମ ଘୋଷଣା କରାଗଲା, ଜିଲ୍ଲାନେତା ଶ୍ରୀହର୍ଷ ରଥ ଜିଲ୍ଲା କାର୍ଯ୍ୟକ୍ରମ ସହ କୃଷକ ଶ୍ରମିକ ଙ୍କ ଗଣଧାରଣା ଜିଲ୍ଲାପାଳ ଅଫିସ ସମ୍ମୁଖରେ ନଭେମ୍ବର ୨୬ ପ୍ରସ୍ତୁତି ସମ୍ପର୍କ ରେ ବୁଝାଇଥିଲେ,ପାଣ୍ଠି ସଂଗ୍ରହ ସହ ପଦଯାତ୍ରା, ମହିଳା ଓ ଛାତ୍ର ସଂଘ ଗଠନ ର ଆବଶ୍ୟକତା ବରିଷ୍ଠ ନେତା ଗୋକୁଳ ଚନ୍ଦ୍ର ପଣ୍ଡା ରଖିଥିଲେ, ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ,ଛତ୍ରପୁର ଜୋନାଲ ସମ୍ପାଦକ ଡ଼ି ଆଦିନାରାୟଣ ରେଡ୍ଡୀ, ସହ-ସମ୍ପାଦକ ଦୁର୍ଯ୍ୟୋଧନ ପରିଡା, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ ଜନାର୍ଦନ ରେଡ୍ଡୀ, ସହ -ସମ୍ପାଦକ ଏନ. ଗିରିଜା ପ୍ରସାଦ ରେଡ୍ଡୀ ଓ ଗୁରୁନାଥ ପ୍ରଧାନ,ଗଞ୍ଜାମ ଜୋନାଲ ସମ୍ପାଦକ ବି. ଦଣ୍ତପାଣି ପାତ୍ର, ଆଇନଜୀବୀ କୈଳାଶ ପଳାଇ ଓ ଆଦିତ୍ୟ ନାରାୟଣ ମିଶ୍ର, ଏସ. କ୍ରିଷ୍ଣା ରେଡ୍ଡୀ, ନାରୀନେତ୍ରୀ ଏନ. ଭାନୁମତି ରେଡ୍ଡୀ, ଶିକନ୍ଦର ଖାନ ,ଏନ ସୁକାନ୍ତ ଆଚାରୀ, ବୁଲୁ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ଗୌଡ଼, କୃଷ୍ଣ ରାଉଳ, କ୍ଷେତ୍ର ମୋହନ ବେହେରା, ଡ଼ଃ ଦୁର୍ଯ୍ୟୋଧନ ପ୍ରଧାନ, ବିଜୟ ପ୍ରଧାନ ଓ ତୁଫାନ ନାହାକ ଙ୍କ ସମେତ ବହୁ ଦଳୀୟ ନେତା କର୍ମୀ ମାନେ ଯୋଗଦେଇ ଛତ୍ରପୁର ଉପକଣ୍ଠ ରେ ଟାଟା ସମେତ ବିଭିନ୍ନ କମ୍ପାନୀ ରେ ଚାଲିଥିବା ଶ୍ରମିକ ଙ୍କ ସମସ୍ୟା ସମ୍ପର୍କ ରେ ଆଲୋଚନା ହୋଇଥିଲା