ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ଵାରା କରାଯାଉଥିବା ବିଭିନ୍ନ ବୃତ୍ତିଗତ ଅସମାନତା ପ୍ରତିବାଦରେ କଳା ବ୍ୟାଜ ପରିଧାନ ଓ ବିଜ୍ଞାପନ ପତ୍ର ପ୍ରଦର୍ଶନ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):କୃଷି ବିଜ୍ଞାନ କେନ୍ଦ୍ର, କେନ୍ଦୁଝରର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ ବୃନ୍ଦ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ଵାରା କରାଯାଉଥିବା ବିଭିନ୍ନ ବୃତ୍ତିଗତ ଅସମାନତା ସବୁକୁ ଦୃଷ୍ଟିରେ ରଖି କ୍ଷୋଭ ପ୍ରକାଶ କରିବା ସହିତ କଳା ବ୍ୟାଜ ପରିଧାନ ଓ ବିଜ୍ଞାପନ ପତ୍ର ପ୍ରଦର୍ଶନ କରିଥିଲେ । ପ୍ରକାଶ ଥାଉକି, କୃଷି ବିଜ୍ଞାନ କେନ୍ଦ୍ର ମାନଙ୍କରେ କାର୍ଯ୍ୟରତ କୃଷି ବୈଜ୍ଞାନିକ ଓ କର୍ମଚାରୀମାନେ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରିବା ସହିତ ବିଭିନ୍ନ ସ୍ତରରେ ନିଜର ସମସ୍ୟା ସବୁକୁ ପ୍ରକାଶ କରିବା ସହ ଦାବି ଉପସ୍ଥାପନ କରିଆସୁଛନ୍ତି, କିନ୍ତୁ ଏଥିପ୍ରତି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦୃଷ୍ଟି ଦେଉ ନାହିଁ । ଅଦ୍ୟାବଧି ସାରା ଦେଶରେ ୭୩୧ଟି କୃଷି ବିଜ୍ଞାନ କେନ୍ଦ୍ର କାର୍ଯ୍ୟରତ ଅଛି, ସେଥିମଧ୍ୟରୁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଧୀନରେ ୬୬ଟି ଅଛି । ଆଇସିଆର, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟ ଏବଂ ବେସରକାରୀ ଅନୁଷ୍ଠାନ ଅଧୀନରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ମାନଙ୍କରେ କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କର ବୃତ୍ତିରେ ଅସାମଞ୍ଜସ୍ୟ ରହିଛି ଯେପରିକି – ସମାନ କାମକୁ ସମାନ ଦରମା ନାହିଁ । ପରିଷଦ ଅଧୀନରେ ଥିବା କୃଷି ବିଜ୍ଞାନ କେନ୍ଦ୍ରର କର୍ମଚାରୀ ମାନଙ୍କର ଅବସର କାଳୀନ ଭତ୍ତା ଏବଂ ପଦୋନ୍ନତି ଥିବା ବେଳେ ବିଶ୍ଵ ବିଦ୍ୟାଳୟ ଅଧିନରେ ଥିବା ବୈଜ୍ଞାନିକ ଏବଂ କର୍ମଚାରୀ ମାନେ ଏଥିରୁ ବଞ୍ଚିତ ରହିଛନ୍ତି । ସବୁ କୃଷି ବିଜ୍ଞାନ କେନ୍ଦ୍ରରେ ସମାନ ବୃତ୍ତିଗତ ନିୟମ ପ୍ରଚଳନ ହେଉ ନାହିଁ । ଏହିସବୁ ସମସ୍ୟାକୁ ଆଖି ଆଗରେ ରଖି ସାରା ଦେଶରେ ଗୋଟିଏ ନିୟମ ପ୍ରବର୍ତ୍ତନ ପାଇଁ ଫୋରମ ଅଫ୍ କେଭିକେ ଆଣ୍ଡ ଏଆଇସିଆର୍ପି ର ସମସ୍ତ କର୍ମଚାରୀ ନୀରବ ଧାରଣା ପ୍ରଦର୍ଶନ କରିଛନ୍ତି ଏଥିରେ କୃଷି ବିଜ୍ଞାନ କେନ୍ଦ୍ର, କେନ୍ଦୁଝରର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଉପୋରକ୍ତ ଦାବୀ ସବୁକୁ ପୁରଣ କରିବା ପାଇଁ ପରିଷଦ ପାଖରେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ