ଭାରତୀୟ ଜନତା ପାର୍ଟିର ସଂଗଠନ ପର୍ବ ଜିଲ୍ଲା କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଭାରତୀୟ ଜନତା ପାର୍ଟିର ସଂଗଠନ ପର୍ବ ଜିଲ୍ଲା କର୍ମଶାଳା ଆଜି ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଯାଇଛି। ପ୍ରାଥମିକ ସଦସ୍ୟତା, ସକ୍ରୀୟ ସଦସ୍ୟତା ଓ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଉପରେ ପର୍ଯ୍ୟବେସିତ ଏହି କର୍ମଶାଳାରେ ମୁଖ୍ୟ ବକ୍ତା ଭାବରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ମୟୂରଭଞ୍ଜର ପୁର୍ବତନ ଜିଲ୍ଲା ସଭାପତି ନିହାର ରଞ୍ଜନ ମୋଦୀ ଯୋଗଦାନ କରିଥିଲେ। ସମଗ୍ର ଜିଲ୍ଲାରୁ ୫୦୦ ଉତ୍ତରଦାୟୀ କାର୍ଯ୍ୟକର୍ତ୍ତା ଏହା କର୍ମଶାଳାରେ ପ୍ରଶିକ୍ଷିତ ହେବାପାଇଁ ଯୋଗଦାନ କରିଥିଲେ। ମଞ୍ଚ ଆହ୍ବାନ, ଭାରତମାତା ପୂଜନ ଓ ସାମୁହିକ ବନ୍ଦେ ମାତରମ୍ ଗାନ ପରେ ଆନୁଷ୍ଠାନିକ ରୂପେ କର୍ମଶାଳାର ଆରମ୍ଭ ହୋଇଥଲା। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ତାଙ୍କର ସ୍ବାଗତ ଭାଷଣରେ ପ୍ରଥମିକ ସଦସ୍ୟତା ଓ ସକ୍ରୀୟ ସଦସ୍ୟତା ଅଭିଯାନର ଅଗ୍ରଗତି ଉପରେ ସନ୍ତୋଷ ପ୍ରକଟ କରି ଆଗାମୀ ସାଂଗଠନିକ ନିର୍ବାଚନ ସୁରୁଖୁରୁରେ ସମ୍ପାଦିତ ହେବବୋଲି ଆଶାବ୍ୟକ୍ତ କରିଥିଲେ। ପ୍ରାଥମିକ ସଦସ୍ୟତାର ବିବରଣୀ ଜିଲ୍ଲା ସଦସ୍ୟତା ପ୍ରମୁଖ କମଳଲୋଚନ ଦାସ ପାଠ କରିଥିବା ବେଳେ ସକ୍ରୀୟ ସଦସ୍ୟତାର ବିବରଣୀ ଜିଲ୍ଲା ସକ୍ରୀୟ ସଦସ୍ୟତା ପ୍ରମୁଖ ପର୍ଶୁରାମ ପରିଡ଼ା ପାଠ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ଅନଲାଇନ୍ ମାଧ୍ୟମରେ ଓ ବିଭିନ୍ନ ମୋବାଇଲ ଆପ୍ଲିକେସନ ଜରିଆରେ ହେଉଥିବାରୁ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ସେ’ବିଷୟକ ପ୍ରଯୁକ୍ତି ବିଦ୍ୟାର ସରଳ ଉପାୟ ବିଷୟରେ ବୁଝାଇଥିଲେ। ସଂଗଠନ ପର୍ବ କର୍ମଶାଳା ବିବରଣୀ ଓ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଉପରେ ନିହାର ରଞ୍ଜନ ମୋଦି କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷିତ କରିଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଓ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହାପାତ୍ରଙ୍କ ପରାମର୍ଶ କ୍ରମେ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ମୋଦୀ ଶୁଭଙ୍କର ମହାପାତ୍ର ଓ ଆଶିଷ ଘୋଷଙ୍କ ଜିଲ୍ଲା ନିର୍ବାଚନ ସହଅଧିକାରୀ ଭାବେ ଓ ୫୦ ମଣ୍ଡଳର ନିର୍ବାଚନ ଅଧିକାରୀଙ୍କ ନାମ ଘୋଷଣା କରିଥିଲେ। ସର୍ବଶେଷରେ ମୁଖ୍ୟବକ୍ତା ରୂପେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ତାଙ୍କ ସମାରୋପ ଭାଷଣରେ ବିଶ୍ବର ସର୍ବବୃହତ ରାଜନୈତିକ ଦଳରେ ଏହି ସାଂଗଠନିକ ପର୍ବରେ ଅଂଶଗ୍ରହଣ କରୁଥିବା ସମସ୍ତ ଉତ୍ତରଦାୟୀ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ତାଙ୍କ ମନ୍ତ୍ରମୁଗ୍ଧ ବାକ୍ୟରେ ଆଗାମୀ ସାଂଗଠନିକ ପର୍ବପାଇଁ ଉଜ୍ଜିବିତ କରିଥିଲେ। ସେ ସୂଚନା ଦେଇ କହିଥିଲେ ଯେ ନଭେମ୍ବର ୧୩ ତାରିଖ ପାଖରୁ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ସହିତ ଜିଲ୍ଲା ବିଜେପିରେ ଆଦର୍ଶ ଆଚରଣବିଧି ଲାଗୁ ହେବ। ଜିଲ୍ଲା ସାଧାରଣ ସମ୍ପାଦକ ଇଶ୍ଵର ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ସଦର ବିଧାୟକ ମାନସ କୁମାର ଦତ୍ତ, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ, ଜଳେଶ୍ଵର ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ, ଭୋଗରାଇ ବିଧାୟକ ପ୍ରାର୍ଥୀ ଆଶିଷ ପାତ୍ର ଓ ସୋରୋ ବିଧାୟକ ପ୍ରାର୍ଥୀ ପର୍ଶୁରାମ ଧଡ଼ା ମଞ୍ଚାସିନ ଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ