ଭାରତୀୟ ଜନତା ପାର୍ଟି ସଂଗଠନ ପର୍ବ ଜିଲ୍ଲା କର୍ମଶାଳା, ( ମଣ୍ଡଳ ନିର୍ବାଚନ ) ଆୟୋଜିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଭାରତୀୟ ଜନତା ପାର୍ଟିର ସଂଗଠନ ପର୍ବର ମଣ୍ଡଳ ନିର୍ବାଚନ ପାଇଁ ଜିଲ୍ଲା କର୍ମଶାଳା ଆଜି ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଯାଇଛି। ବୁଥ୍ କମିଟି ଓ ମଣ୍ଡଳ କମିଟିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଉପରେ ପର୍ଯ୍ୟବେସିତ ଏହି କର୍ମଶାଳାରେ ମୁଖ୍ୟ ବକ୍ତା ଭାବରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ମୟୂରଭଞ୍ଜର ପୁର୍ବତନ ଜିଲ୍ଲା ସଭାପତି ନିହାର ରଞ୍ଜନ ମୋଦୀ ଯୋଗଦାନ କରିଥିଲେ। ସମଗ୍ର ଜିଲ୍ଲାରୁ ୫୦୦ ଉତ୍ତରଦାୟୀ କାର୍ଯ୍ୟକର୍ତ୍ତା ଏହା କର୍ମଶାଳାରେ ବୁଥ୍ କମିଟି ଓ ମଣ୍ଡଳ କମିଟିର ସାଂଗଠନିକ ନିର୍ବାଚନ ବିଷୟରେ ପ୍ରଶିକ୍ଷିତ ହେବାପାଇଁ ଯୋଗଦାନ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ କୁମାର ପଣ୍ଡାଙ୍କ ଦ୍ୱାରା ମଞ୍ଚ ଆହ୍ବାନ, ଭାରତମାତା ପୂଜନ ଓ ସାମୁହିକ ବନ୍ଦେ ମାତରମ୍ ଗାନ ପରେ ଆନୁଷ୍ଠାନିକ ରୂପେ କର୍ମଶାଳାର ଆରମ୍ଭ ହୋଇଥଲା। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ତାଙ୍କର ସ୍ବାଗତ ଭାଷଣରେ ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟାର ଅଗ୍ରଗତି ଉପରେ ସନ୍ତୋଷ ପ୍ରକଟ କରି ଆଗାମୀ ସାଂଗଠନିକ ନିର୍ବାଚନ ସୁରୁଖୁରୁରେ ସମ୍ପାଦିତ ହେବବୋଲି ଆଶାବ୍ୟକ୍ତ କରିଥିଲେ। ଅଦ୍ୟାବଧି ପର୍ଯ୍ୟନ୍ତ ପ୍ରାଥମିକ ସଦସ୍ୟତାର ବିବରଣୀ ଜିଲ୍ଲା ସଦସ୍ୟତା ପ୍ରମୁଖ କମଳଲୋଚନ ଦାସ ପାଠ କରିଥିବା ବେଳେ ସକ୍ରୀୟ ସଦସ୍ୟତାର ବିବରଣୀ ଜିଲ୍ଲା ସକ୍ରୀୟ ସଦସ୍ୟତା ପ୍ରମୁଖ ପର୍ଶୁରାମ ପରିଡ଼ା ପାଠ କରିଥିଲେ। ନିର୍ବାଚନୀ ପ୍ରକ୍ରିୟା କର୍ମଶାଳା ବିବରଣୀ ଓ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଉପରେ ନିହାର ରଞ୍ଜନ ମୋଦି କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷିତ କରିଥିଲେ। ରେମୁଣା ବିଧାୟକ ତଥା ବିଧାନସଭାରେ ଶାସକ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ତାଙ୍କ ସମ୍ବୋଧନରେ କମ ସମୟରେ ଅଧିକ କାର୍ଯ୍ୟ କରିବାର ପଦ୍ଧତି ଉପରେ ଆଲୋକପାତ କରିଥିଲେ।ସର୍ବଶେଷରେ ମୁଖ୍ୟବକ୍ତା ରୂପେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ତାଙ୍କ ସମାରୋପ ଭାଷଣରେ ବିଶ୍ବର ସର୍ବବୃହତ ରାଜନୈତିକ ଦଳରେ ଏହି ସାଂଗଠନିକ ନିର୍ବାଚନୀ ପର୍ବରେ ଅଂଶଗ୍ରହଣ କରୁଥିବା ସମସ୍ତ ସାଂଗଠନିକ ନିର୍ବାଚନ ଅଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ତାଙ୍କ ମନ୍ତ୍ରମୁଗ୍ଧ ବାକ୍ୟରେ ଆଗାମୀ ପର୍ବପାଇଁ ଉଜ୍ଜିବିତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ତିନିଦିନିଆ ଓଡ଼ିଶା ଗସ୍ତ ସମୟରେ ଦେଇଥିବା ବାର୍ତ୍ତାକୁ ଉପସ୍ଥାପନ କରିଥିଲେ। ଯାହାର ଯେତେ ସଶକ୍ତ ବୁଥ୍ ନିର୍ବାଚନରେ ସେ ସେତିକି ବଳଶାଳୀ ବୋଲି ଗୁରୁତ୍ଵ ଆରୋପ କରିଥିଲେ।ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ, ଜଳେଶ୍ଵର ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ, ଭୋଗରାଇ ବିଧାୟକ ପ୍ରାର୍ଥୀ ଆଶିଷ ପାତ୍ର ମଞ୍ଚାସିନ ଥିବାବେଳେ ଜିଲ୍ଲାର ଅନ୍ୟତମ ସାଧାରଣ ସମ୍ପାଦକ ଇଶ୍ଵର ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ