ଭାରତୀୟ ଷ୍ଟେଟ୍ବ୍ୟାଙ୍କ ପକ୍ଷରୁ ବାତ୍ୟା ପିଡିତଙ୍କୁ ସହାୟତା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଭାରତୀୟ ଷ୍ଟେଟ୍ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ, ପାରାଦୀପ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ବଗପାଟିଆର ସାତଭାୟା ବିସ୍ଥାପିତ ଅଞ୍ଚଳରେ ବାତ୍ୟା ‘ଦାନା’ ପ୍ରପିଡିତ ଏକ ହଜାର ପରିବାରଙ୍କୁ ଗତ ୨୬ ତାରିଖରେ ସହାୟତା ପ୍ରଦାନ କରାଯାଇଛି । ଏଥିରେ ଭାରତୀୟ ଷ୍ଟେଟ୍ବ୍ୟାଙ୍କର ଅଗ୍ରୀମ ଜିଲ୍ଲା ପ୍ରବନ୍ଧକ ମନୋଜ ପ୍ରଧାନି, ପ୍ରବନ୍ଧକ(ଅର୍ଥ) ବିଧୂଭୂଷଣ ରାଉତ, ପ୍ରବନ୍ଧକ (ମାନବ ସମ୍ବଳ) ସୁକାନ୍ତ କୁମାର ସାହୁ ଏବଂ ବରିଷ୍ଠ ସହାୟକ ପ୍ରଭାତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । ରିଲିଫ୍ କାର୍ଯ୍ୟ ସମ୍ପାଦନାରେ ସ୍ଥାନୀୟ ତହସିଲଦାର ଅଜୟ କୁମାର ମହାନ୍ତି ଏବଂ ରାଜନଗର ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ଜେନା ମଧ୍ୟ ଉପସ୍ଥିତ ଥିଲେ ।